Home ଓଡ଼ିଶା ରଣପୁର ବ୍ଲକ ସାମନ୍ତସିଂହାର ପୁରର : ଷ୍ଟ୍ରବେରୀ ଚାଷକରି ସଫଳ ହୋଇଛନ୍ତି ଚାଷୀ – ରମେଶ ପ୍ରଧାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପ୍ରତେକ ଦିନ 15ରୁ 20kg ଫଳ ଉତ୍ପାଦନ କରି ସ୍ଥାନୀୟ ବାଜରେ 250ରୁ 260ଟଙ୍କାରେ ବିକ୍ରି କରୁଛନ୍ତି l ପାଖାପାଖି ଷ୍ଟ୍ରବେରୀ ଚାରା ଲଗାଇବାର 30ରୁ 40ଦିନ ଭିତରେ ଏହା ଫଳ ଦେଇଥାଏ l ୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଧାଡିକି ଧାଡି ହୋଇ ପେନ୍ଥା ପେନ୍ଥା ଫଳିଛି ନାଲି ଟହଟହ ଷ୍ଟ୍ରବେରୀ, ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ୱାଦିଷ୍ଟ,ଓଡିଶା ମାଟିରେ ଫଳିଛି ବିଦେଶୀ ଫଳ ଷ୍ଟ୍ରବେରୀ, ଯାହା ଦିନେ ଓଡିଶା ପାଇଁ ସ୍ବପ୍ନଥିଲା ତାହା ଆଜି ସଫଳ କରି ଦେଖାଇଛନ୍ତି ଚାଷୀ l ସମ୍ବଲପୁର, କନ୍ଧମାଳ, ପୁଲବାଣୀ ପରେ ଏବେ ନୟାଗଡ ଜ଼ିଲ୍ଲାରେ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ କରିଛନ୍ତି ରଣପୁର ବ୍ଲକ ସାମନ୍ତସିଂହାର ପୁରର ଚାଷୀ ରମେଶ ଚନ୍ଦ୍ର ପ୍ରଧାନ l ପୂର୍ବରୁ ଷ୍ଟ୍ରବେରୀ ଚାଷ କରିବା ପାଇଁ ମନରେ ଥିଲା ଆଗ୍ରହ, ସ୍ଥାନୀୟ ଉଦ୍ୟାନ ବିଭାଗର ପରାମର୍ଶ କ୍ରମେ ପ୍ରଥମକରି ଗୋଟିଏ ଏକର ଜମିରେ ଷ୍ଟ୍ରବେରୀ ଚାଷକରି ସଫଳ ହୋଇଛନ୍ତି ଚାଷୀ ରମେଶ ପ୍ରଧାନ l ଏହି ଚାଷରେ ତାଙ୍କ ପ୍ରତ୍ନୀ ବିଷ୍ଣୁପ୍ରିୟା ପ୍ରଧାନ ସହଯୋଗ କରୁଥିବା ଜଣାପଡିଛି l ସ୍ଥାନୀୟ ଉଦ୍ୟାନ ବିଭାଗ ତରଫରୁ ଚାଷୀ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଆବଶ୍ୟକୀୟ ଜ୍ଞାନ କୌଶଳ ସାଙ୍ଗକୁ ସମ୍ପୂର୍ଣ ସହଯୋଗ କରାଯାଇଥିବା ବେଳେ 4ରୁ 5ହଜାର ଷ୍ଟ୍ରବେରୀ ଚାରା ଯୋଗାଇ ଦିଆଯାଇଛି l ଯାହା ଫଳରେ ଷ୍ଟ୍ରବେରୀ ଚାଷ କରି ଆତ୍ମନିର୍ଭରଶିଳ ହୋଇପାରିଛନ୍ତି ଦମ୍ପତି l ପ୍ରତେକ ଦିନ 15ରୁ 20kg ଫଳ ଉତ୍ପାଦନ କରି ସ୍ଥାନୀୟ ବାଜରେ 250ରୁ 260ଟଙ୍କାରେ ବିକ୍ରି କରୁଛନ୍ତି l ପାଖାପାଖି ଷ୍ଟ୍ରବେରୀ ଚାରା ଲଗାଇବାର 30ରୁ 40ଦିନ ଭିତରେ ଏହା ଫଳ ଦେଇଥାଏ l ଅକ୍ଟୋବର ରୁ ଡିସେମ୍ବର ମାସରେ ହିଁ ଷ୍ଟ୍ରବେରୀ ଚାଷପାଇଁ ପ୍ରକୃଷ୍ଟ ସମୟ l ଏହା ସାଧାରଣତଃ ବାଳିଆ ମାଟି ଓ ଥଣ୍ଡାଲିଆ ପାଗରେ ଭଲ ହୋଇଥାଏ l ରଣପୁର ଅଂଚଳରେ କିପରି ଏକାଧିକ ଚାଷୀ ଆଗାମୀ ଦିନରେ ଷ୍ଟ୍ରବେରୀ ଚାଷ ପ୍ରତି ମନ ବଳାଇବେ ସେ ଦିଗରେ ସ୍ଥାନୀୟ ଉଦ୍ୟନ ବିଭାଗ କାମ କରିବ ବୋଲି କହିଛନ୍ତି ରଣପୁର ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀକାନ୍ତ ସାହୁ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ : ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାର ନୂଆ ମୋଡ଼ by Proprietor Abhimanyu Maharana September 30, 2026 ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana September 30, 2026 ସର୍ବ ଭାରତୀୟ ସ୍ତରରେ "MY Bharat" (Mera Yuva Bharat) ଦ୍ଵାରା ଆୟୋଜିତ Seva pakhwada (ସେବା ପକ୍ଷ) ଅଭିଯାନ - ରଣପୁର by Proprietor Abhimanyu Maharana September 30, 2026 ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026