୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ସୋମବାର ବିଜେବି ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଖୋର୍ଦ୍ଧା ଶିକ୍ଷା ଜିଲ୍ଲାର ୨୦୨୫ ମସିହା ବୋର୍ଡ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ସଭାପତିତ୍ବରେ ୧୩୬ ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ ଓ ୧୩୬ ଜଣ ସେଣ୍ଟର ଅବଜରଭର,୧୨ ଜଣ ନୋଡାଲ ଅଧିକାରୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।
