ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ହେଲେ ନବକିଶୋର ଶବର

୧୭  ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି  :-  ଗଜପତି ଜିଲ୍ଲାର ବିଜେପି ଜିଲ୍ଲା ସଭାପତି ହେଲେ ପୁର୍ବତନ ବ୍ଲକ ଅଧକ୍ଷ ନବକିଶୋର ଶବର. ପ୍ରକାଶ ଯେ ରାୟଗଡ ସଦର ବାସିନ୍ଦା ଶ୍ରୀ ଶବର ୨୦୧୭ ମସିହା ଠାରୁ ବିଜେପି ରେ ଯୋଗ ଦେଇ ଦଳର ଜଣେ ଟାଣୁଆ ନେତା ଭାବେ ପରିଚିତ ଆସୁଛନ୍ତି . ରାଜ୍ୟ ବିଜେପି ଦଳ ପକ୍ଷରୁ ତାଙ୍କ ନାମ କୁ ଘଷଣା କରିବା ପରେ ଚାରି ଆଡୁ ତାଙ୍କୁ ଶୁଭେଚ୍ଛା ର ବାର୍ତା ଛୁଟି ଆସୁଛି.

ଆଜି ସେ ଜିଲ୍ଲା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମିଳନୀ କରି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ,ମୁଖ୍ୟମନ୍ତ୍ରୀ ମୋନନ ଚରଣ ମାଝୀ,ସାଂସଦ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି କେ.ନାରାୟଣ ରାଓ ଓ ଦଳର ସମସ୍ତ କାର୍ଯ୍ୟ କର୍ତା ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି.

ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରି ପଂଚାୟତ ନିର୍ବାଚନ ରେ ଦଳକୁ ଜିତାଇ ଜିଲ୍ଲା ର ସମସ୍ତ ବ୍ଲକରେ ବିଜେପି ଦଳର ସରପଞ୍ଚ ଠାରୁ ସମିତି ସଭ୍ୟ, ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିଷଦ ପାର୍ଥି ଙ୍କୁ ବିଜୟୀ କରିବା ପାଇଁ ସମସ୍ତ ଙ୍କ ସହଯୋଗ ନେଇ କାର୍ଯ୍ୟ କରିବି ବୋଲି ପ୍ରକାଶ କରିଛନ୍ତି.

Exit mobile version