Home ଓଡ଼ିଶା ଦଶ ବର୍ଷର ଅଙ୍ଗନୱାଡି କେନ୍ଦ୍ରକୁ ଜବରଦଖଲ ହଟାଇବାରେ ବ୍ଲକ୍ ପ୍ରଶାସନ ବିଫଳ : ଯଥା ଶୀଘ୍ର ଜବରଦଖଲ ଉଚ୍ଛେଦ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଛୋଟ ଛୋଟ ପିଲା ମାନଙ୍କ ପାଠ ପଢା ନିମନ୍ତେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ମାନଙ୍କରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରି ଶିକ୍ଷକ ଓ ରୋଷେଇଆ ନିଯୁକ୍ତି କରିଛନ୍ତୀ, ସେହିଭଳି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାପେଡି ପଞ୍ଚାୟତର ବାରଙ୍ଗଗାଡିଆ ଗ୍ରାମରେ ପ୍ରାୟ ଦଶ ବର୍ଷ ତଳୁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇ ଛାତ ପଡ଼ିଗଲା ପରେ , ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ସୁଧାକର ରାଉତରା ଓ ଦୁଷ୍ମତ ରାଉତରା ଜବରଦଖଲ କରି ରଖିଥିବାରୁ ଜବରଦଖଲ ହଟାଇବାକୁ ଅଭିଯୋଗ ପଂଚାୟତ ସରପଞ୍ଚ ଶକୁନ୍ତଳା ମାର୍ଥା, ରଣପୁର ବି ଡି ଓ , ରଣପୁର ତହସିଲଦାର, ନୟାଗଡ ଜିଲ୍ଲାପାଳଙ୍କୁ ବିଗତ ଦିନରେ ଚିଠି କରିଥିବା ଜଣା ପଡିଛି । କିନ୍ତୁ ସରପଞ୍ଚଙ୍କ ଅଭିଯୋଗ ଅନୁସାରେ ଏ ପର୍ଯ୍ୟନ୍ତ ନୟାଗଡ ଜିଲ୍ଲା ପ୍ରଶାସନ କିମ୍ୱା ବ୍ଳକ୍ ପ୍ରଶାସନ କିମ୍ୱା ରଣପୁର ତହସିଲଦାର ଅଙ୍ଗନୱାଡି କେନ୍ଦ୍ର ଜବରଦଖଲ ଉଚ୍ଛେଦ ନିମନ୍ତେ କୌଣସି ପଦକ୍ଷେପ ନେଉ ନଥିବାରୁ ଚଂପାପେଡି ସରପଞ୍ଚ ଓ ବାରଙ୍ଗ ଗାଡିଆ ଗ୍ରାମ ବାସି ମାନେ ଉଦବେଗ ପ୍ରକାଶ କରିଛନ୍ତି । ସାମାନ୍ୟ ଗୋଟେ ପରିବାର ସରକାରି ଅର୍ଥରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ରକୁ କାହା ସାହସରେ ଜବରଦଖଲ କରିଛନ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରପଞ୍ଚ ଶକୁନ୍ତଳା ମାର୍ଥାଙ୍କ ସୂଚନା ଅନୁସାରେ ସେ ଦୁଇ ବର୍ଷ ତଳୁ ସରକାରୀ ସ୍ତରରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଙ୍ଗନୱାଡି ଗୃହକୁ ଜବରଦଖଲ ମୁକ୍ତ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ବୋଲି ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତୀ । ତେଣେ ଛୋଟ ଛୋଟ ପିଲା ମାନେ ଅଙ୍ଗନୱାଡି ଦିଦିଙ୍କ ଦାଣ୍ଡ ବାରଣ୍ଡାରେ ପାଠ ପଢୁଥିବା ଦେଖିବକୁ ମିଳିଛି । ଏଣୁ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଜବରଦଖଲ ଉଚ୍ଛେଦ ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବାରଙ୍ଗଗାଡ଼ିଆ ଗ୍ରାମ ବାସୀ ମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ by Proprietor Abhimanyu Maharana October 1, 2026 ଆଠ ଜଣ ରେଳ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 1, 2026 ନୟାଗଡ଼ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ପି. ଏମ. ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, by Proprietor Abhimanyu Maharana September 30, 2026 होटल प्रबंधन संस्थान, भुवनेश्वर द्वारा हिंदी पखवाड़ा - 2026 का भव्य समापन समारोह एवं कवि सम्मेलन “हास्य सुरभि 2.0” का आयोजन by Proprietor Abhimanyu Maharana September 30, 2026 ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ : ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାର ନୂଆ ମୋଡ଼ by Proprietor Abhimanyu Maharana September 30, 2026 ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana September 30, 2026