୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ଆୟୁଷ ବିଭାଗ ଅଧୀନରେ କାର୍ଯ୍ୟରତ ହୋମିଓପାଥି ଡାକ୍ତରମାନଙ୍କୁ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଯକ୍ଷ୍ମାରୋଗ ନିରାକରଣ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଯକ୍ଷ୍ମା ରୋଗ ଚିହ୍ନଟ ଓ ନିରାକରଣ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ପାଖରେ ଉପଲବ୍ଧ ଥିବା ଭିତ୍ତିଭୂମି ଓ ମାନବ ସମ୍ବଳର ସଦ୍ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତି କରିବାକୁ କହିଥିଲେ । ଆୟୁଷ ବିଭାଗ ଅଧୀନରେ କାର୍ଯ୍ୟରତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ଯକ୍ଷ୍ମା ରୋଗୀ ଚିନ୍ନଟିକରଣ ଓ ରେଫରାଲ୍ କୁ ସକ୍ରିୟ ଭାବରେ ପରିଚାଳନା ପାଇଁ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ଗୁରୁତ୍ୱ ପ୍ରଦାନ କରିଥିଲେ ।

