ଲଂଗଳ ଖୋଲ ଜଂଗଲ କୁ ନିଆଁଦାଉରୁ ରକ୍ଷାକରିବାପାଇଁ କଟାଗଲା ଫାୟାର୍ ଲାଇନ୍

୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-  ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ,ବନ ଓ ବନ୍ୟଜନ୍ତୃ କୁଂ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍ । ଏହି କ୍ରମରେ ଆଜି ବୁଗୁଡା ବିଟ୍ ହାଉସ୍ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ ବନାଂଚଳ ସୀମା ପର୍ଯ୍ୟନ୍ତ ଫାୟାର ଲାଇନ୍ କରାଯାଇଥିଲା । ପ୍ରତିବର୍ଷ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବନ ତଥା ବନ୍ୟଜନ୍ତୃ କୁଂ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗାଁ ଗାଁ ରେ ସଚେତନତା ଅଭିଯାନ, ପଥପ୍ରାନ୍ତ ସଭା, ଲିଫ୍ ଲେଟ୍ ବଣ୍ଟନ ଓ ସଲଗ୍ନ ଗ୍ରାମ ମାନଙ୍କୁ କିଛି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାଏ ମହାନଦୀ ବନ୍ୟପ୍ରାଣୀ ବନ ବିଭାଗ ।

ଏହାଦ୍ବାରା ବିପୁଳ ସଫଳତା ମଧ୍ୟ ପାଇଛି ବନ ବିଭାଗ । ଜନସାଧାରଣ ସଚେତନ ହେବା ଯୋଗୁଁ ବିଗତ ୧୦ ବର୍ଷ ମଧ୍ୟରେ,ଜଂଗଲରେ ନିଆଁ ଲାଗିବା ୮୦ ଭାଗ କମିଯାଇଛି ବୋଲି କୁହନ୍ତି ଗ୍ରାମବାସୀ । ଯଦି ବା କେବେ କେମିତି ଜଂଗଲରେ ନିଆଁ ଲାଗିଯାଏ, ତେବେ ଗ୍ରାମବାସୀମାନେ ନିଆଁ କୁ ଆୟତ କରିଦେଇଥାନ୍ତି ।ବନବିଭାଗ ମଧ୍ୟ ଗ୍ରାମବାସୀ ମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାନ୍ତି । ଆଜିର ଏହି ଫାୟାର ଲାଇନ୍ କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ( ବାଣିଗୋଛା ପଶ୍ଚିମ )ଶ୍ରୀଯୁକ୍ତ ସଂସାର ବର୍ଗିଆ , ସେକସନ ବନପାଳ ରାଜକୁମାର ଶତପଥୀ , ବନପାଳ ଦିପ୍ତିରଂଜନ ଆଚାର୍ଯ୍ୟ, ବନରକ୍ଷୀ ପୁସ୍ପଲତା ସ୍ବାଇଁ ଓ ଫାୟାର ଗାର୍ଡ ବିଜୟ , ଯୁଗଳ ,ପରମାନନ୍ଦ ପ୍ରଭୃତି କାର୍ଯ୍ୟ ପରିଚାଳନା କରିଥିଲେ ।

Exit mobile version