Home ଓଡ଼ିଶା ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କ୍ରୀଡା ଶରୀରକୁ ସୁସ୍ଥ ଓ ନୀରୋଗ ରଖିଥାଏ ୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :- ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ୨୮ଟି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ମାନଙ୍କ ମିଳିତ ସହଯୋଗରେ ଓ କ୍ରୀଡା ସଂଗଠନର ସମ୍ପାଦକ ମାନସ କୁମାର ବେହେରାଙ୍କ ସଭାପତିତ୍ବରେ ରବିବାର ଦିନ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ କର୍ମଶାଳା ବୋଲଗଡସ୍ଥିତ ମା’ ଭୂଇଁଆଣୀ ଶକ୍ତିପୀଠରେ ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ରୀଡା ସଂଗଠନ କର୍ମଶାଳାରେ ମୁଖ୍ଯଅତିଥି ଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ମୁଖ୍ଯବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସନାଥ ସ୍ବାଇଁ ଓ ସମ୍ମାନୀତ ଅତିଥିଭାବେ ଖୋର୍ଦ୍ଧାଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ମୋଦୀ , ଖୋର୍ଦ୍ଧାଜିଲ୍ଲା ଖେଳ ସଂଗଠନ ସମ୍ପାଦକ କାଳିଚରଣ ମୁଖୀ , ଭୁବନେଶ୍ୱର ଖେଳ ସଂଗଠନ ସମ୍ପାଦକ ଅଜୟ କୁମାର ତୁଙ୍ଗସାମନ୍ତ, ବେଗୁନିଆ ଖେଳ ସଂଗଠନ ସମ୍ପାଦକ ପ୍ରଭାତ କୁମାର ନିଶଙ୍କ ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳାର ପ୍ରାରମ୍ଭରେ ସଭାପତି ମାନସ କୁମାର ବେହେରା ସ୍ବାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ରମେଶଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପଠନ କରି ବିଦାୟୀ ଖେଳ ଶିକ୍ଷୟିତ୍ରୀ ମିନାକ୍ଷୀ ନନ୍ଦଙ୍କ ମାନପତ୍ର ପଠନ କରିଥିଲେ । କ୍ରୀଡା ଶରୀରକୁ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି ମୁଖ୍ଯ ଅତିଥି ଶ୍ରୀ ବଳବନ୍ତରାୟ ଖେଳ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ବୋଲଗଡ ଶିକ୍ଷାବ୍ଲକ ଅଧିନରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସ୍ଥାପନ କରାଯାଇଥିବାରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସନାଥ ସ୍ବାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଯଦି ବୋଲଗଡ ଶିକ୍ଷାବ୍ଲକରେ ସମସ୍ତ ଖେଳ ଶିକ୍ଷକ ମାନଙ୍କର ଏକତା , ସହଯୋଗ , ସଂଗଠନ ଓ ସମନ୍ବୟ ରହିଲେ ପ୍ରତ୍ୟେକ କ୍ରୀଡାର ବିକାଶ ହୋଇପାରିବ ବୋଲି ମୁଖ୍ଯବକ୍ତା ଶ୍ରୀସ୍ବାଇଁ ସୂଚନା ଦେଇଥିଲେ । ଧଳାପଥର- କଳାପଥର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷୟିତ୍ରୀ ମିନାକ୍ଷୀ ନନ୍ଦଙ୍କୁ ଫୁଲତୋଡା , ଉତ୍ତରୀୟ ଓ ମାନପତ୍ର ଦେଇ ବିଦାୟ କାଳୀନ ସମ୍ବନ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଭଗବତ ପ୍ରସାଦ ପାଣ୍ଡେ , ରଜନୀ ପୃଷ୍ଟି , ପଦ୍ମଚରଣ ବିଶୋଇ ଓ ଖେଳ ଶିକ୍ଷୟିତ୍ରୀ ସୌଦାମିନୀ ବେହେରାଙ୍କ ସମେତ ୪୦ଜଣ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026