ବୋଲଗଡ ବ୍ଲକ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )  ବୋଲଗଡ଼ :- ବୋଲଗଡ ବ୍ଲକ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କ ଚତୁର୍ଦ୍ଦଶ ସମ୍ମିଳନୀ ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ, ଗେଡିଆପଲ୍ଲୀ ସଭାଗୃହରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଲଗଡ଼ର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ ଅତିଥି ରୂପ ଯୋଗଦାନ କରିଥିଲେ। ଗେଡିଆପଲ୍ଲୀସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର ସ୍ୱାଗତ ଭାଷଣ ଦେବାପରେ ଗତ ନଅ ତାରିଖରେ ଇହଧାମ ପରିତ୍ୟାଗ କରିଥିବା କଳିଙ୍ଗ କାହ୍ନୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ସ୍ୱାଇଁଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।.

ଉକ୍ତ ସମ୍ମିଳନୀରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳବନ୍ତରାୟ, ଦୁଇ ଅତିଥିଙ୍କ ସମେତ ପ୍ରଧାନ ଶିକ୍ଷକ ବଦ୍ରୁଲ ହାସନ ଖାଁ, ସନ୍ତୋଷ ସାହୁ,କ୍ଷେତ୍ରମୋହନ ରଣା, ଶ୍ରୀଧର ସାହୁ, ଧ୍ରୁବ ଚରଣ ତ୍ରିପାଠୀ, ଅମର ବେହେରା, ରବୀନ୍ଦ୍ର ବେହେରା, ପୀତବାସ ଲେଙ୍କା, ବନମାଳି ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାପାତ୍ରଙ୍କ ସମେତ ସଂଯୁକ୍ତା ଦାଶ, ସୁକାନ୍ତି ଦେଇ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରଣତି ସିଂହ, ରାଜଲକ୍ଷ୍ମୀ ପଣ୍ଡା ଜୋଚିନ୍ଦ୍ର ଦାସ, ସୁମନ୍ତ ଦଳାଇ, ପ୍ରକାଶ ରାଉତରାୟ, କୁମର ସ୍ବାଇଁ ଉକ୍ତ ବୈଠକରେ ଆପାର ଆଇଡି, ପଞ୍ଚସଖା ଶିକ୍ଷାସେତୁରେ ସଭ୍ୟ ସଂଖ୍ୟା ବୃଦ୍ଧି,

ଏଲ ଇପି ଉତ୍କର୍ଷ, ଗଣିତ ଏକାଡେମୀର ଗଣିତ ପ୍ରଗତି ପାଇଁ ପଦକ୍ଷେପ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,2024, ଆକାଂକ୍ଷା ପାଠ୍ୟକ୍ରମ, ମୁକ୍ତ ବିଦ୍ୟାଳୟରେ ବିଦ୍ୟାଳୟ ବାହାର ପିଲାଙ୍କ ନାମ ଲିଖନ,ବିଦ୍ୟାଳୟ ନିରାପତ୍ତା,ଗ୍ରୀଷ୍ମ କାଳ ପାଇଁ ବିଦ୍ୟାଳୟର ସୁବ୍ୟବସ୍ଥା, ଏଫ୍ ଏଲ୍ ଏନ୍ ଶ୍ରେଣୀରେ ଉତ୍ତମଶିକ୍ଷାଦାନ,ଅଭିଭାବକଙ୍କ ସହ ସୁସମ୍ପର୍କ ସ୍ଥାପନ,ପ୍ରଥମ ନାମଲେଖା ବେଳେ ବିଦ୍ୟାର୍ଥୀଙ୍କ ଜନ୍ମ ପ୍ରମାଣ ପତ୍ର ଉପରେ ଗୁରୁତ୍ଵ ପ୍ରଦାନ,ଶ୍ରେଣୀପ୍ରକୋଷ୍ଠରେ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଶିକ୍ଷାଦାନ ତଦାରଖ,ନିୟମାନୁସାରେ ଛୁଟି ପାଇଁ ଆବେଦନ ଆସନ୍ତା ମେଟ୍ରିକ ପରୀକ୍ଷା ପାଇଁ ଶୃଙ୍ଖଳିତ ପଦକ୍ଷେପ ଇତ୍ୟାଦି ସମ୍ପର୍କରେ ମିଳିତ ଭାବେ ଆଲୋଚନା କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version