୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ ପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଈ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ବିଭୁତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତି ପରମ୍ପରା ରେ ମାତୃ ପିତୃ ଦିବସ ର ମହତ୍ୱ ଶିଶୁ ଓ ଉପସ୍ଥିତ ମାଆ ଓ ବାପା ମାନଙ୍କୁ ବୁଝାଇଥିଲେ l

