୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟ ରାତ୍ର ପରେ ପରେ ବାଲିଗୁଡା ଟାଉନ ର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋର ର କୌଣସି ଦୁର୍ବୁତ୍ତ ତାଲା ଭାଙ୍ଗି ଦୋକାନରେ ପଶି ନଗଦ ୭/୮ ହଜାର ଟଙ୍କା ଓ କିଛି ଖୁଚୁରା ପଇସା ଚୋରୀ କରି ନେଇଥିବା ବେଳେ ନୁଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ଵମ୍ବର ପାତ୍ର ଙ୍କ ହୋଟେଲ ରୁ କିଛି ପଇସା ପତ୍ର ଓ ଜିନିଷ ପତ୍ର ଏବଂ ଅମିତ ଇଲେକ୍ଟ୍ରିକାଲ ଦୋକାନର କାଠ ପଟା ଭାଙ୍ଗି କିଛି ଇଲେକ୍ଟ୍ରି ଜିନିଷ ଚୋରୀ କରି ନେଇଥିବା ଜଣାପଡିଛି l

