୧୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟା ରେ ଜୈନକ ମାନସିକ ବିକୃତ ମହିଳା ନିଜ ଘରେ ନିଜେ ନିଆଁ ଲଗାଇଥିବାରୁ ଘରେ ଥିବା ବହୁ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଘଟଣାରୁ ପ୍ରକାଶ ଯେ, ସୁନାପାଙ୍ଗା ବାସିନ୍ଦା ବାସନ୍ତୀ ଶତପଥିଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁ ପରେ ସେ ମାନସିକ ଦୁଶ୍ଚିନ୍ତା ରେ ଏକାକୀ ରହି ନିଜର ମାନସିକ ସ୍ଥିତି ହରାଇ ଥିଲେ l

