୧୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଜଣେ ଲଢୁଆ ରାଜନୀତିଜ୍ଞ, ସଫଳ ସୃଜନସ୍ରଷ୍ଟା, ଦକ୍ଷ ଅନୁବାଦକ ଓ ବିଖ୍ୟାତ ଭାଷାକର୍ମୀ ଭାବରେ ତାଙ୍କ ଜୀବଦ୍ଦଶାରେ ବେଶ୍ ଚର୍ଚ୍ଚିତ ଥିଲେ ସ୍ୱର୍ଗତ ବୈଷ୍ଣବ ପରିଡ଼ା । ଏକଦା ‘ଭାଷା ସୁରକ୍ଷା ସମ୍ମିଳନୀ’ର ପ୍ରତିଷ୍ଠାତା ସଭାପତି ଭାବରେ ସେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବା ସହ ନିଜ ଭାଷା ପ୍ରତି ଅଙ୍ଗୀକାର ଓ ମାଟି ପ୍ରତି ପ୍ରତିବଦ୍ଧତାର ପରିଚୟ ଦେଇଥିଲେ । ଏ କ୍ଷେତ୍ରରେ ସେ ଥିଲେ ଜଣେ ଉଦାହରଣୀୟ ବ୍ୟକ୍ତିତ୍ୱ । ନିଜ ମାତୃଭାଷାର ସୁରକ୍ଷା ପାଇଁ ତାଙ୍କର ଲଢେଇ, ନିଜର ସୃଜନ କର୍ମ ଏବଂ ଗଣ ଆନ୍ଦୋଳନର ନେତା ଭାବରେ ସେ ସର୍ବଦା ସ୍ମରଣୀୟ ରହିବେ ।

