Home ଓଡ଼ିଶା ମଣ୍ଡିରେ ଧାନ କାଟକୁ ବନ୍ଦ କରିବା ପାଇଁ ଅନଶନରେ ବସିଲେ ଅକ୍ଷୟ କୁମାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp • ସମାଧାନର ସୂତ୍ର ନଫିଟିବା ଯାଏଁ ଆନ୍ଦୋଳନ ଚାଲିବ ୧୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅନଶନରେ ବସିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଉପକୂଳ ଓଡ଼ିଶାରେ ଏବେ ମଣ୍ଡିରେ ଧାନ କିଣାବିକା ଚାଲିଛି। ଏହି ଧାନ କିଣାରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସମବାୟ ସଂପାଦକ, ମଣ୍ଡି ଦଲାଲ, ମିଲର ସମସ୍ତେ ମିଶି ଚାଷୀର ଅର୍ଥ ତୋଷରପାତ କରିବାକୁ ଲାଗିପଡ଼ିଛନ୍ତି। ଏହି ତୋଷରପାତର ବଡ଼ ସୂତ୍ର ହେଉଛି, ଧାନ ଟେଷ୍ଟିଂ କଲେ ମିଲର ଧାନ ଉଠେଇବ ନାହିଁ। ଧାନ କାଟ ନଦେଲେ ମିଲର ଗାଡ଼ି ଫେରାଇ ନେବ। ସବୁଠାରୁ ବଡ଼ କଥା ହେଉଛି ଚାଷୀମାନଙ୍କୁ ପ୍ରଭାବିତ କରିବାକୁ ମିଲରଙ୍କ ଲୋକ ସମବାୟ ସଂପାଦକ ଓ ସ୍ଥାନୀୟ ନେତାଙ୍କୁ ଲଗାଇଦେଇଛନ୍ତି। ଯେଉଁମାନେ ମିଲରଙ୍କ ସମର୍ଥକ ସେମାନେ କହୁଛନ୍ତି ଧାନ କୌଣସି ପ୍ରକାର ଉଠିଯାଉ। ଧାନ ଚୋରିର ସିଣ୍ଡିକେଟ ଏତେ ସକ୍ରିୟ ଯେ, ସେମାନେ ଜନମତ ଏବଂ ଗଣମାଧ୍ୟମକୁ ମଧ୍ୟ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି। ଯାହାଫଳରେ ଧାନ ଦୁର୍ନୀତି ଭଳି ବଡ଼ ଗମ୍ଭୀର ଦୁର୍ନୀତି ସାଧାରଣରେ ବିଶେଷ ଚର୍ଚ୍ଚା ଆଲୋଚନା ହେଉନି। ଯେଉଁଠି ଚାଷୀମାନେ ଆମେ ଭଲ ଧାନ ଆଣିଛୁ କାହିଁକି କାଟ ହେବବୋଲି ପ୍ରତିବାଦ କରୁଛନ୍ତି ସେମାନଙ୍କୁ କୁହାଯାଉଛି, ତୁମ ଧାନ ଗ୍ରେନ୍ ଆନାଲାଇଜର ମେସିନରେ ପରୀକ୍ଷା ହେବ ତାପରେ ଉଠିବ। ଚଳିତ ବର୍ଷ ଧାନ କିଣାରେ ଆନାଲାଜର ମେସିନ୍ ମିଲରମାନଙ୍କୁ ବଞ୍ଚାଇଛି। ଆନାଲାଇଜର ମେସିନ ବାହାନାରେ ଚାଷୀମାନଙ୍କୁ ଭୟଭୀତ କରାଯାଉଛି। ଚାଷୀ ସଂଗଠନ ତରଫରୁ ଯେତେବେଳେ ବିକ୍ଷୋଭ ଶୋଭାଯାତ୍ରା କରି ଦାବୀ ପତ୍ର ଦିଆଯାଉଛି, ସେତେବେଳେ ଆନାଲାଇଜର ଟେଷ୍ଟିଂରେ ଧାନ ଏଫଏକ୍ବୁ ଆସୁନି ବୋଲି ଚାଷୀଙ୍କୁ ଦେଖାଇଦିଆଯାଉଛି। ଚାଷୀମାନେ ଭୟରେ ମିଲରସାଙ୍ଗେ ବୁଝାବଣା କରୁଛନ୍ତି। ଅପରପକ୍ଷେ ଲଜ୍ଜ୍ୟାର କଥା ଯେ, ଉଚ୍ଚ ସ୍ତରର ଅଧିକାରୀ ବିଭାଗୀୟ ମନ୍ତ୍ରୀଙ୍କୁ କହିଛନ୍ତି, ଧାନ କିଣାରେ ଆମେ ମୁଣ୍ଡ ପୂରାଇବା ନାହିଁ ସେ ଚାଷୀ ମିଲର ବୁଝାବୁଝି ହୁ୍ଅନ୍ତୁ। ଅର୍ଥାତ୍ ସରକାରୀ ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷଡ଼ିପଡ଼ିଛି। କାରଣ, ଯୋଗାଣ ବିଭାଗ ଜିଲ୍ଲାପାଳ ବିଶେଷ କରି ଜିଲ୍ଲାପାଳ କେଉଁଠି ଧାନ ଉଠିଲା କି ନଉଠିଲା ସେକଥା ଦୈନିକ ତଦାରଖ କରିବାକଥା କିନ୍ତୁ କାର୍ଯ୍ୟରେ ତାହା ଦେଖାଯାଏ ନାହିଁ। ଗୋଟିଏ ମଣ୍ଡିରେ ଉପଜିଲ୍ଲାପାଳ ମହୋଦୟ ସମବାୟ ସମିତି ସଭାପତିଙ୍କୁ କହିଲେ, ଆପଣ ମ୍ୟାନେଜ୍ କରିନିଅନ୍ତୁ। ଜିଲ୍ଲା କ୍ରୟ କମିଟି ବୈଠକରେ ଯାହା ପଢ଼ାହୁଏ ଓ ସେ ଅନୁସାରେ ଧାନ କିଣା ହୁଏନାହିଁ। ଚଳିତ ବର୍ଷ କଣ୍ଟାପଡ଼ା, ନିଆଳି, ବାରଙ୍ଗ ଠାରୁ ଆରମ୍ଭ କରି ବଡ଼ମ୍ବା ନରସିଂହପୁର ପର୍ଯ୍ୟନ୍ତ ସବୁଠି ଅଘୋଷିତ କାଟ ଚାଲିଛି। ଏହି କାଟକୁ ସ୍ଥାନୀୟ କୁଜି ନେତା ଓ ଦଲାଲମାନେ ସମର୍ଥନ କରୁଛନ୍ତି। ଜଗତସିଂହପୁର, ନୟାଗଡ଼, ଗଜପତି ଭଳି ଜିଲ୍ଲାରେ ଆନ୍ଦୋଳନ ହେଲା ପରେ ଜିଲ୍ଲାପ୍ରଶାସନ ଦିନେ ଦୁଇଦିନ କାଟ ବନ୍ଦ କରିବା ପାଇଁ ଉଦ୍ୟମ କଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନି। କାରଣ, ପ୍ରଶାସନ ତାଗିଦ୍ ପରେ ମିଲରମାନେ ପୁଣି କାଟ କରୁଛନ୍ତି। ମିଲର ସଂଘ ଏତେ ସକ୍ରିୟ ହୋଇଛି ଯେ, ସେମାନେ ଜିଲ୍ଲାପାଳଙ୍କୁ ଚାପଗ୍ରସ୍ତ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି କ୍ଷେତ୍ରରେ ମିଲରମାନଙ୍କୁ ଅନୁଶାସନ ଛାଟ ନମାରି ମୁକୁଳା ଷଣ୍ଢ ପରି ଚାଷୀ ଧାନ ଲୁଟିବାକୁ ଛାଡ଼ି ଦେଇଛନ୍ତି। ଯାହାଦ୍ବାରା ଚାଷୀର କୋଟି କୋଟି ଟଙ୍କା ଧାନ ମିଲରମାନେ ଲୁଟି ନେଇଛନ୍ତି। ଅଥଚ୍ ରାଜ୍ୟର ଆଇନ୍ ବ୍ୟବସ୍ଥା ସେମାନଙ୍କ ଆଗରେ ଫୁଁ ହୋଇଯାଇଛି। ଯେଉଁଥିପାଇଁ ଆଜି ମଣ୍ଡି ବ୍ୟବସ୍ଥାରେ କଟନୀ ଛଟନୀ ତ୍ରୀବ୍ର ହୋଇଛି । ଏହି ବ୍ୟବସ୍ଥାରେ ଦୃତ ସୁଧାର ଆଣିବା ସହ କଟନୀ ଛଟନୀକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ନବନିର୍ମାଣ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଜି ଠାରୁ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଅନଶନରେ ବସିରହିବେ ବୋଲି ନବନିର୍ମାଣ ରାଜ୍ୟକାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ରଶ୍ମିରଂଜନ ସ୍ବାଇଁ, ନିମାଁଇ ଚରଣ ରାଏ, ଉମାକାନ୍ତ ଭାରତ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026