ଜବରଦଖଲ ହଟାଇବାକୁ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କୁ ଦେଲେ ନିର୍ଦ୍ଦେଶ

ଜବରଦଖଲ ହଟାଇବାରେ ବିଳମ୍ବ ପାଇଁ ଗ୍ରାମ ବାସି କ୍ଷୋଭ ପ୍ରକାଶ କରିଛନ୍ତି

୧୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ, ଚମ୍ପାଗଡ ପଞ୍ଚାୟତର ଚଂପାଗଡ ଗ୍ରାମର ଫରେଷ୍ଟ ବିଟ ହାଉସର ରେକଡ୍ ଭୁକ୍ତ ସ୍ଥାନ ଯାହାର ପ୍ଲଟ ନମ୍ବର ୭୫ ଓ ଖାତା ନମ୍ବର ୭୩୧ ଅଟେ, ଗ୍ରାମବାସିଙ୍କ ମତ ବିପକ୍ଷରେ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ଗଣେଶ୍ୱର ମାନ୍ଧାତା ଗୋଟିଏ ଅବୈଧ ଗୃହ ନିର୍ମାଣ କରି ଦେଇ ଥିବାରୁ ଗ୍ରାମବାସୀମାନେ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ, ନୟାଗଡ ଜିଲ୍ଲାପାଳ, ରଣପୁର ବି ଡି ଓ, ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ପରେ ,

ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଚିଠି ନମ୍ୱର୍ ୧୩୬୯/୨୩-୧୨-୨୦୨୪ ରେ ନୟାଗଡ ଜିଲାପାଳଙ୍କୁ ଉକ୍ତ ଅବୈଧ ନିର୍ମିତ ଗୃହକୁ ଉଚ୍ଛେଦ ନିମନ୍ତେ ଚିଠି କରିବା ପରେ, ଅତିରିକ୍ତ ଜିଲ୍ଲାପାଳ ନୟାଗଡ ଗତ ୨୧/୦୧/୨୦୨୫ ରେ ଚିଠି ନମ୍ବର ୨୮୭ ଦ୍ବାରା ରଣପୂର୍ ତହସିଲଦାରଙ୍କୁ ଉକ୍ତ ଅବୈଧ ନିର୍ମିତ ଗୃହକୁ ଉଚ୍ଛେଦ ନିମନ୍ତେ ମାତ୍ର ସାତ ଦିନ ସମୟ ଦେଇ ଚିଠି କରିଥିଲେ ବି ଆଦ୍ୟାବଧି କୌଣସି କାର୍ଯ୍ୟନୁଷ୍ଠାନ ତହସିଲଦାର ନେ଼ଇ ନଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି ।

ଉକ୍ତ ରେକର୍ଡ ଭକ୍ତ ସ୍ଥାନଟି କେବଳ ଜଙ୍ଗଲ ସୁରକ୍ଷା ଗାର୍ଡ ଗୃହ ନିର୍ମାଣ ପାଈଁ ଉଦ୍ଦିଷ୍ଟ ଥିଲା ବେଳେ, କିଭଳି ଭାବରେ ଏତେ ବଡ ଗୃହ ଜଣକ ମନ ଇଚ୍ଛାରେ ନିର୍ମାଣ ହୋଇ ଗଲା ଓ ଅଭିଯୋଗ କୁ ଆଧାର କରି ନୟାଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶକୁ ରଣପୁର ତହସିଲଦାର ପାଳନ କରିବାରେ ବିଳମ୍ବକୁ ଚମ୍ପାଗଡ଼ ବାସିନ୍ଦା ମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ତୁରନ୍ତ ଜବରଦଖଲ ବେଆଇନ ନିର୍ମିତ ଗୃହଟିକୁ ଉଚ୍ଛେଦ ପାଇଁ ଗ୍ରାମ ବାସି ମାନେ ଦାବି କରିଛନ୍ତି ।

Exit mobile version