ସତ୍ଯ ସୁତାରଂକ ଦ୍ୱାରା ମ୍ୟାଟ୍ରିକ ଟପ୍ପର ଜିତେନ୍ଦ୍ର ମହାଲିକକୁଂ ୧ ଲକ୍ଷ ଟଙ୍କାର ମେଧାବୃତ୍ତି ପ୍ରଦାନ – ଭୁବନେଶ୍ୱର

ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :ଓଡିଆ ଜାତି ଓ ମାଟି ପାଇଁ ଉତ୍କଳମଣି ପଣ୍ଡିତ ଗୋପବଂଦ୍ଧୁ ଦାସ ଦାସଙ୍କର ଅବଦାନ ଅତୁଳନୀୟ ସର୍ବଦା ସ୍ୱାଭିମାନୀ ହୋଇ ଶିକ୍ଷା ଓ ତ୍ଯାଗକୁ ପ୍ରାଧାନ୍ଯ ଦେଇ ଆସିଥିବା ଗୋପବଂଦ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦୁର ସିଂଗାପୁର ରେ ଥିବା ଓଡିଆ NRI ସତ୍ଯ ସୁତାର ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ ଓଡିଶାରେ ଚଳିତ ବର୍ଷ ଓଡିଶାର ମାଟ୍ରିକ୍ ଟପ୍ପର ଜିତେନ ମହାଲିକକୁଂ “ଉତ୍କଳମଣି ଗୋପବଂଦ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ଯାଗ ମେଧାବୃତ୍ତି” ଦ୍ବାରା ସନ୍ମାନିତ କରିବା ସହ ସନ୍ମାନ ସ୍ବରୁପ ୧ ଲକ୍ଷ ଟଙ୍କା ପ୍ରଦାନ କରିଚ୍ଚନ୍ତି

ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ଓଲିଉଡର ବର୍ଷିୟାନ ଅଭିନେତା ପ୍ରଦ୍ଯୁମ୍ନ ଲେଂକା, ପୁର୍ବତଟ ରେଳବାଇର Ex- Principal Chief Safety Officer ସୁଧାନ୍ସୁ ସେଖର ମିଶ୍ର ଉପସ୍ଥିତ ରହି ଓଡିଶାର ଗର୍ବ ଜିତେନ ମହାଲିକକୁଂ ସନ୍ମାନିତ କରିବା ସହ ଏହି ବ୍ରୁତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଯୁବ ଚଳଚ୍ଚିତ୍ର ନିର୍ମାତା ସାନ୍ତନୁ କୁମାର ସିଅ ଏହି ବ୍ରୁତ୍ତି ସମ୍ବନ୍ଧରେ ଅଧିକ ତଥ୍ଯ ପ୍ରଦାନ କରିବା ସହ ଏହି ବ୍ରୁତ୍ତି ଉଦ୍ଦେଶ୍ଯ ରେ ଏକ କ୍ଷୁଦ୍ର ଚଳଚିତ୍ର THE TOPPER ନି୍ରମୀତ ହୋଇଥିବାର ସୁଚନା ଦେଇଥିଲେ। କାର୍ଯ୍ୟକ୍ରମ ର ପରିଚାଳନା ଆନି ସତ୍ଯପଥୀ କରିଥିବା ବେଳେ ସ୍ବସ୍ତୀକା ପନ୍ଡା ଧନ୍ଯବାଦ ଅର୍ପଣ କରିଥିଲେ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଫକୀରପୁର ଗ୍ରାମରେ ଜନ୍ମିତ ସତ୍ଯ ସୁତାର ଏବେ ସିଂଗାପୁରରେ FOOD EMPIRE କମ୍ପାନୀ ରେ ସାଧାରଣ ନିର୍ଦେଶକ ଭାବେ କାର୍ଯ୍ୟରତ ଓଡିଶା ପାଣିପଵନରେ ବଡ ହୋଇଥିବା ହେତୁ ନିଜ ମାଟି ଓ ଲୋକଂକ ପାଇଁ କିଛି କର୍ତବ୍ୟ ବହନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସତ୍ଯ ସୁତାର ନିଜର ଅବସମ୍ଭାବ୍ଯ ସମୟ ଓ ଆର୍ଥିକ ସମ୍ଭଳରୁ ସେ ଏହି ରାଶି ପ୍ରଦାନ କରିବେ ପ୍ରତିବର୍ଷ ଏହି ବୃତ୍ତି ରାଶି ଦ୍ୱାରା ଓଡିଶା ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରିକ୍ଷା ରେ ଟପ୍ପର ହେଉଥିବା ଛାତ୍ର ବା ଛାତ୍ରୀ ନିଜ ସ୍ୱପ୍ନ ପଥରେ ଆଗେଇବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଓ ତତ୍ପର ହୋଇପାରିବେ ବୋଲି ଆଶା ରଖିଛନ୍ତି ସତ୍ଯ

Exit mobile version