ଲକ୍ଷେଶ୍ୱରଙ୍କ ପୀଠରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ପ୍ରସ୍ତୁତିବୈଠକ

ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ନଖରା ମୌଜାରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲକ୍ଷେଶ୍ୱରଙ୍କ ପୀଠରେ ଶ୍ରୀରମ ଚରିତ ମାନସ ନବାହ୍ନ ପାରାୟଣ ଏବଂ ରାମଲୀଳା ପରିବେଷଣ ସଂପର୍କରେ ଏକ ପ୍ରସ୍ତୁତି ବୈଠକ, ଲକ୍ଷେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଶିକ୍ଷାବିତ ଗୁଣନିଧି ପଟ୍ଟନାୟକଙ୍କ ସଭାପତିତ୍ତ୍ୱରେ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ।

 

ଆୟୋଜିତ ପ୍ରସ୍ତୁତି ବୈଠକରେ ଏପ୍ରିଲ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାମ ଚରିତ ମାନସ ପାରାୟଣ ଏବଂ ଶ୍ରୀରମ ଲୀଳା ପରିବେଷଣ କପି ହେବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏପ୍ରିଲ ୧୯ରୁ ପାରାୟଣ ଆରମ୍ଭ ହୋଇ ୨୭ ତାରିଖ ସନ୍ଧ୍ୟାରେ ପାରାୟଣ ଉଦଯାପିତ ହେବ । ଏହାକୁ କିପରି ସୁରୁଖୁରୁରେ ସମାପନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନାରେ ବଂଶୀଧର ଭୋଳ , ସରୋଜ ପାଢ଼ୀ, କିଶୋର ପଟ୍ଟନାୟକ, ପ୍ରଶାନ୍ତ ମହାନ୍ତି, ସୁଧାକର ସ୍ୱାଇଁ, ବିପିନି ବିହାରୀ ପାଢ଼ୀ, ଗଗନ ପାଢ଼ୀ , ଗଗନ ଭୂୟାଁ, ଚୈତନ୍ୟ ଓଝା , ଅକ୍ଷୟ କୁମାର ଲେଙ୍କା, ଅନିଲ କୁମାର ମହାନ୍ତି, ନରେଶ ମହାନ୍ତି, ବିଚିତ୍ରା ନନ୍ଦ ଦଳାଇ, ଅଭୟ କୁମାର ଜେନା,ସୁଧିର ପଟ୍ଟନାୟକ, ଜିତେନ୍ଦ୍ର ଭୋଳ, ହେମନ୍ତ କୁମାର ସାହୁ, ଗଣେଶ ମହାନ୍ତି, ଗଣେଶ ପ୍ରସାଦ ବେଉରା ,

ବଳରାମ ସାହୁ, କାନନ ବିହାରୀ ନାୟକଙ୍କ ସମେତ ନୂଆ କାଚରାମାଳ ,ପୁରୁଣା କାଚରାମାଳ ,ନଖରା ,ନୂଆପାଟଣା,ବମ୍ଫକୁଦ, ମୁଗଭଙ୍ଗା,ଅଡାଳିଆ ୭ ଗୋଟି ଗ୍ରାମର ରାମଳୀଳା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷେଶ୍ୱର ମହାଦେବ ମନ୍ଦିରର ସମସ୍ତ ସେବାୟତ ଅଂଶ ଗ୍ରହଣ କରିଥିଲେ ।

Exit mobile version