Home ଓଡ଼ିଶା ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା’ ଉପଲକ୍ଷେ ୱାକାଥନ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ଉପଲକ୍ଷେ ଆଜି ସକାଳ ୬ଟାରେ ଏକ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଓୟୁଏଟି ଭେଟେରିନାରୀ କଲେଜଠାରୁ ବରମୁଣ୍ଡା ବିଜୁପଟ୍ଟନାୟକ ପଡ଼ିଆ ପର୍ଯ୍ୟନ୍ତ ଏହି ୱାକାଥନ୍ ଆୟୋଜିତ ହୋଇଥିଲା । ମତ୍ସ୍ୟଚାଷ ଓ ପ୍ରାଣିପାଳନର ଉପାଦେୟତା ସମ୍ପର୍କରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ଅନେକ ବାର୍ତ୍ତା ଦିଆଯାଇଥିଲା । ଏହି ୱାକାଥନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ପ୍ରାଣିପାଳନ ଓ ପ୍ରାଣି ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026