Home ଅପରାଧ ଛତିଶଗଡ଼ ଓ ପଶ୍ଚିମବଙ୍ଗ କୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୧୧୭ କେଜି ଗଞ୍ଜେଇ ଜବତ – ଜଣେ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା l ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନା ଙ୍କ ସହ ପୁଲିସ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ଯୋଜନା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପରମପାଙ୍ଗା ପଞ୍ଚାୟତର କିଲୁପଡା ଗ୍ରାମରେ ପୁଲିସ ଅଚାନକ ପହଞ୍ଚି ଗଞ୍ଜେଇ ଚାଲାଣକୁ ଭଣ୍ଡୁର କରିପାରିଥିବା ବିଷୟ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଶୁକ୍ରବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, କିଲୁପଡା ଗ୍ରାମର ପୂଜୁରା ଦିଗାଲ ଓ ପାଉଲ ଦିଗାଲ ଙ୍କ ବାଡ଼ି ପଛ ପାଖ ଜଙ୍ଗଲରେ ୬ ଟି ବସ୍ତାରେ ୧୧୭ କେଜି ଗଞ୍ଜେଇ ସହ ପେକିଙ୍ଗ କରିବା ପାଇଁ ନିକଟରେ ଥିବା କିଛି ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ପେକିଙ୍ଗ କରୁଥିବା ସମୟରେ ଜବତ ହୋଇଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l ଘଟଣା ସ୍ଥଳରେ ଗଞ୍ଜେଇ ପେକିଙ୍ଗ କରୁଥିବା ପୂଜୁରା ଦିଗାଲଙ୍କୁ ପୋଲିସ କେଶ ନଂ. ୫୦/୨୫ ପ୍ରକାରେ ଗିରଫ କରିଥିବା ବେଳେ ପାଉଲ ଦିଗାଲ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି l ଏହି ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଓ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ସାହୁ ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିଲେ l ତଦନ୍ତ ବେଳେ ଛତିଶଗଡ଼ ଓ ପଶ୍ଚିମ ବଙ୍ଗ ରାଜ୍ୟରୁ କିଛି ଗାଡି ଗଞ୍ଜେଇ ନେବା ପାଇଁ ଆସି ଅଜଣା ସ୍ଥାନରେ ରହିଥିଲେ ବୋଲି ଜଣାପଡିଥିବା ବିଷୟ ଶୁଣିବାକୁ ପାଇଥିଲେ l ଏହି ଗଞ୍ଜେଇ ଚାଲାଣ ଘଟଣାରେ ଆଉ କେଉଁ କେଉଁ ବ୍ୟକ୍ତି ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ପୁଲିସ ଅଧିକ ତଦନ୍ତ ଅବ୍ୟାହତ ରଖିବା ସହ ବେଆଇନ ଗଞ୍ଜେଇ ଚାଷ କରିବା ଅପରାଧ, ଚାଷ କରୁଥିବା ବ୍ୟକ୍ତି ଓ ବିକ୍ରି ପାଇଁ ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଣୁ ଏଥିରେ ନିଜର କ୍ଷତି ହେବ ସହ ପରିବାର ଲୋକଙ୍କ ମଧ୍ୟ କ୍ଷତି ଘଟୁଛି । ଏଣୁ ଏଥିରୁ ନିବୃତ ରହି ସରକାରଙ୍କ ତରଫରୁ ପ୍ରୋତ୍ସାହନ ଜରିଆରେ କନ୍ଧମାଳ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଚାଷୀଙ୍କୁ କୁହାଯାଉଛି, ଏହା ଦ୍ଵାରା ଚାଷୀ ମାନେ ଅଧିକ ଲାଭବାନ ହେଉଛନ୍ତି ଏଣୁ ସମସ୍ତେ ଗଞ୍ଜେଇ ଚାଷ ଛାଡି ଷ୍ଟ୍ରବେରି ଚାଷ ପାଇଁ ମନ ବଳାନ୍ତୁ ବୋଲି ଏସଡିପିଓ ରାମେନ୍ଦ୍ର ପ୍ରସାଦ ମତ ପ୍ରକାଶ କରିଥିଲେ l Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026