୧୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଂଚଳରେ ପୁନଃ ଦ୍ଵିତୀୟ ଥର ପାଇଁ ଲାଲ ବାହିନୀ ବ୍ୟାନର ଓ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଛି l କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଶୁକ୍ରବାର ସକାଳୁ ସକାଳୁ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏକାଧିକ ମାଓ ଵ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l
