ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ : ପଣ୍ଡରିଯୋର ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

୧୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବେଲପଡା :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସୁଶୀଲା ମେହେର,ଏଡିଇଓ ବିନୟନୀ କାଣ୍ଡ, ଜିଆରଏସ ଅନିଲ ତାଣ୍ଡି,ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ବନଛୋର, ବିଜେପି ଯୁବ ନେତା ରୁକବଲ ପୁଟେଲ, ଏକ୍ସ ସରପଞ୍ଚ ଦେବାର୍ଚ୍ଚନ ମାଝୀ, ଯୋଗାଣ ସହାୟକ ନାରାୟଣ ଯୁଏଡ଼, ପଣ୍ଡରିଯୋର ସ୍କୁଲ ର ସଭାପତି ସନ୍ତୋଷ ଧରୁଆ, ୱାର୍ଡ ମେମ୍ବର ଉପେନ୍ଦ୍ର ମିର୍ଦ୍ଧା, ମୋ ସ୍କ୍କୂଲ ସଭାପତି ମହେଶ୍ୱର ମାଝୀ,

ବିଛୁବାହାଲି ଉ:ପ୍ରା: ବିଦ୍ୟାଳୟ ର ସଭାପତି ଭୋଦେବ ମହାନନ୍ଦ, ପଞ୍ଚାୟତ ୱାର୍ଡ ମେମ୍ବର ପରକ୍ଷିତ ବାଗ, ଟଙ୍କଧର ମାଝୀ, ରାଜୁ ଖୁରା, ଓ ପଂଚାୟତ ପିଅନ ଭରତ ଖରସେଲ, ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ବୈଠକ ରେ ନାଏବ ସରପଞ୍ଚ ଉପାସୁ ମହାନନ୍ଦ ‘ବିକଶିତ ଗାଁ ବିକଶିତ ଓଡିଶା ‘ଅଭିଯାନ ଅନୁସାରେ ଏହି ଯୋଜନା ମାଧ୍ୟମ ରେ ପ୍ରତି ଗାଁ ରେ ଭଲ ରାସ୍ତା, ଡ୍ରେନ, ପାଠାଗାର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ,

ପୋଖରୀ ଓ ନଦୀ କୁଲ ରେ ଚେଞ୍ଜିଙ୍ଗ ରୁମ, ମାର୍କେଟ ସେଡ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗି, ଆଦି ନିର୍ମାଣ କରାଯିବ ସହ ଧାର୍ମିକ ପୀଠ, ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀ, ଶିକ୍ଷ୍ୟା ତଥା କ୍ରୀଡା ଭିତ୍ତି ଭୂମି ଆଦି ର ବିକାଶ ମଧ୍ୟ କରାଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ଦ୍ୱାରା ଗାଁ ର ପ୍ରତ୍ୟେକ ବର୍ଗ ର ଲୋକଙ୍କର ଭାଗିଦାରୀ ରହିବ l ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କାରି ହେବ । ଏଥି ନିମନ୍ତେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରା ଯାଇଛି ।

ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମ ରେ ଜନଜାତିଙ୍କ ବିକାଶ ରେ ବିନିଯୋଗ ହେବ I ଏହା ଦ୍ୱାରା ମୌଳିକ ଭିତ୍ତି ଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ର ସୁଦୃଢ କରଣ ହେବ I ସେହି ପରି କ୍ଷ୍ୟୁଦ୍ର ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ଉନ୍ନତି କରଣ ହେବ I ଶିକ୍ଷ୍ୟା ଓ କ୍ରୀଡା ଭିତ୍ତି ଭୂମି ର ସମ୍ପ୍ରସାରଣ ଓ ଆଧୁନିକିକରଣ କୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ସିଆରପି, ଅଙ୍ଗନବାଡି, ଆଶାକର୍ମୀ ଏବଂ ୬ଗୋଟି ଗ୍ରାମର ଶତାଧିକ ମହିଳା, ପୁରୁଷ ମଧ୍ୟ ଉପସ୍ଥିତ ଥିଲେ l ଶେଷରେ ସରପଞ୍ଚ ଶ୍ରୀମତି ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version