Home ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା : ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ କେବଳ ଭିର୍ତ୍ତି ଭୂମି ନୁହେଁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ ,ପୋଷାକ ଓ ସେମାନଙ୍କୁ କିଭଳି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କ ରେ ଏକ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ନୂଆ ହଷ୍ଟେଲ ନିର୍ମାଣ , ହଷ୍ଟେଲ ର ପୁନଃ ନିର୍ମାଣ ,ପାନୀୟ ଜଳ ସମସ୍ୟା ଦୂର କରିବା ଭଳି ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋଚନା କରଯାଇଥିଲା । ସମୂନୀତ ଆଦିବାସୀ ଉନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ , ଉମେଶ ଚନ୍ଦ୍ର ପ୍ରଧାନ , ବିଭାଗୀୟ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ବେହେରା , ସହକାରୀ ଯନ୍ତ୍ରୀ କବିରାଜ ବେହେରା ,ପବିତ୍ର ସାହୁ ,ବୁଦ୍ଧି ରାମ ମୁର୍ମୁ ଙ୍କ ସମେତ ସମସ୍ତ ବ୍ଲକ ର ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା, ଦୀପକ କୁମାର ସିଂ, ଉର୍ମିଳା ପ୍ରଧାନ , ରୋଷାଳିନୀ ନାୟକ , ଆୟୁସୀ ପ୍ରଧାନ , ଦୀପକ କୁମାର କୁଆଁର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି ଯେ, ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକର ଭିର୍ତ୍ତିଭୂମି କୁ ସୁଦୃଢ କରିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ସହ ଖାଦ୍ୟ ପ୍ରଦାନ , ସ୍ଵଚ୍ଛତା ପରିବେଶ ,ପାଣି ସମସ୍ୟା ଦୂର , ସମେତ ଭିତ୍ତି ଭୂମି ଉପରେ ଗୁରୁତ୍ଵ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026