୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ୧୩/୨,ଭୋର୍ ୫ ଟା ବେଳେ ତାଙ୍କ ନିଜ ଲତାରସ୍ଥିତ ବାସ ଭବନରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ମାତୃଦେବୀ ସରୋଜିନୀ ମହାନ୍ତିଙ୍କ ପରଲୋକ ହୋଇ ଯାଇଛି । ସେ ଜଣେ ପରୋପକାରୀ ମହିଳା ଥିଲେ ଓ ବାର୍ଦ୍ଧ୍ୟକ ଜନିତ ଅବସ୍ଥାରେ ପୀଡ଼ିତ ଥିବା ସୁଚନା । ୧୯୪୦ ମସିହାରେ ଜନ୍ମ ଗ୍ରହଣ କରି ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ଏକ ମାତ୍ର ପୁତ୍ର ଇଂ ଦେବାଶିଷ ପଟ୍ଟନାୟକ, ବୋହୂ ଡଃ ବନ୍ଦନା ଦାସ ଓ ନାତି ଦିବ୍ୟଜ୍ୟୋତି ପଟ୍ଟନାୟକ ଉପସ୍ଥିତ ଥିଲେ, ଦୁଃଖଦ ଖବର ପାଇ ସୁବେଶ୍ଛୁ ମାନଙ୍କ ସୁଅ ଛୁଟିଥିଲା ।

