ଅନ୍ତର୍ବେଦୀ ମଠର ବାବା ନରୋତ୍ତମ ଦାସ ମହାରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ

୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା  :-  ବାଲିପାଟଣା ବ୍ଲକ ଅନ୍ତର୍ଗତ ସୁଜାନଗରପାଟଣା ନିକଟ,ପ୍ରାଚୀ କ୍ଷେତ୍ର ତ୍ରିବେଣୀ ଘାଟ ସ୍ଥିତ ଅନ୍ତ୍ରବେଦି ମଠର ବାବା ନରୋତ୍ତମ ଦାସ ମହାରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ, ଆଜି ମଠ ପକ୍ଷରୁ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚତୁର୍ଥ ପ୍ରହର ନାମଯଜ୍ଞ ଓ ମଧ୍ୟାହ୍ନରେ ସାଧୁସନ୍ଥ ମାନଙ୍କ ଦ୍ବାରା ପ୍ରତିମୂର୍ତ୍ତି ପ୍ରତିଷ୍ଠା , ସନ୍ଧ୍ୟାରେ ନାମଯଜ୍ଞ ଉଦଯାପନ ଓ ନଗର କୀର୍ତ୍ତନ ସମେତ ପ୍ରସାଦ ସେବନ ଆୟୋଜନ ହୋଇଥିଲା ।

ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ବହୁ ସାଧୁସନ୍ଥ ସମେତ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ଥିଲେ । ମଠ ପରିଚାଳନା କମିଟିର ସଭାପତି ହଂସ ନାଥ ସାହୁ, ସଂପାଦକ ଦିଲ୍ଲୀପ କୁମାର ପାତ୍ର, କୋଷାଧ୍ୟକ୍ଷ ହିମାଂଶୁ ଶେଖର ସୁନ୍ଦରାୟ, ସମେତ ଶିବ ନାରାୟଣ ପାତ୍ର, ରାଜକିଶୋର ପାତ୍ର, ବିଭୂତି ଭୂଷଣ ପାତ୍ର, ଦିଲ୍ଲୀପ କୁମାର ବଳିଆରସିଂହ, ବଂଶୀଧର ସାହୁ, ଦେବରାଜ ପାତ୍ର, ପ୍ରଶାନ୍ତ କୁମାର ରାୟ,

ପ୍ରହଲ୍ଲାଦ ପାତ୍ର, କାହ୍ନୁ ଚରଣ ପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲା ବେଳେ ଏଥିରେ ଶିଶୁକିଶୋର ପତ୍ରିକା” କୃପାନେତ୍ର” ଓ “ବନ୍ଦେ ଉତ୍କଳ ମହସଂଘ”ର କର୍ମକର୍ତ୍ତା ସମେତ ବହୁ ପୁରୁଷ ମହିଳା ଭକ୍ତମାନେ ଯୋଗଦେଇ ବାବାଙ୍କର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ବାବା ନରୋତ୍ତମ ଦାସ ମହାରାଜ ଜଣେ ନିଷ୍ଠାବାନ, ସ୍ନେହୀ, କର୍ମଷ୍ଠ , ଭକ୍ତିବାନ ବାବା ଥିଲେ ।

Exit mobile version