ଅଠାନ୍ତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା  :- ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣା ବ୍ଲକ ଅନ୍ତର୍ଗତ ଅଠାନ୍ତର ସ୍ଥିତ ୧୦୮ ବର୍ଷର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗ୍ରାମ ପରିସରରେ ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ମହେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଯୋଗଦେଇ କହିଥିଲେ ଯେ ଏକ ଶିକ୍ଷାନୁକୂଳ ପରିବେଶ ସୃଷ୍ଟି ପାଇଁ ଶିକ୍ଷକମାନଙ୍କୁ ଅଭିଭାବକମାନେ ସହଯୋଗ କରିବା ଦରକାର।

ମୁଖ୍ୟ ବକ୍ତା ସୁନାବେଡ଼ା କଲେଜର ପୂର୍ବତନ ଅଧକ୍ଷ ପ୍ରଫେସର ଦୀପକ ରଂଜନ ଦାସ,ଆମେରିକାର ପୂର୍ବତନ ରାଷ୍ଟ୍ରପତି ଅବ୍ରାହମ୍ ଲିଙ୍କନଙ୍କ ପିଲାବେଳର ଏକ ଘଟଣା କହି ଅତ୍ୟନ୍ତ ଦାରିଦ୍ର୍ୟ ଅବସ୍ଥାରେ ଜନ୍ମଲାଭ କରି ମଧ୍ୟ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଦେଶର ସର୍ବୋଚ୍ଚ ପଦବୀ ପ୍ରାପ୍ତ ହୋଇପାରିଥିବା ସମ୍ପର୍କରେ କହିଥିଲେ।ପ୍ରତିବର୍ଷ ଭଳି ଚଳିତ ବର୍ଷ ସେ ଦୁଇଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ଚଳିତ ବର୍ଷ ଲଭଲି ସ୍ୱାଇଁ ଓ ସୁଚିସ୍ମିତା ସାହୁଙ୍କୁ ସେ ୨ ହଜାର ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିଲେ।

ଅନ୍ୟାନ୍ୟ ଅତିଥି ଭାବରେ, ଶିକ୍ଷକ ସଙ୍ଘ୍ ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ଦାସ,ନୟାଗଡ଼ ଜିଲ୍ଲା ସଭାପତି ଭକ୍ତରଞ୍ଜନ ମିଶ୍ର,ପୁରାତନ ଛାତ୍ର ତଥା ଓକିଲ ତାପସ ରଞ୍ଜନ ଦାସ,ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ନିବେଦିତା ଦାସ,ସୁବାସ ବେହେରା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷକ ରତ୍ନାକର ବେହେରା ବାର୍ଷିକ ବିବରଣୀ ପାଠ ଓ ଶିକ୍ଷକ ଜମେଶ୍ୱର୍ ମଲ୍ଲିକ କାର୍ଯ୍ୟକ୍ରମ୍ ପରିଚାଳନା କରିଥିଲେ। ନବ ନିଯୁକ୍ତ ଶିକ୍ଷୟତ୍ରୀ ମୌସୁମୀ ରଥଙ୍କ ନିର୍ଦ୍ଦେଶନାରେ ପିଲା ମାନେ ନାରୀଶିକ୍ଷା ସମ୍ପର୍କରେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ।

କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଫଳକ ପ୍ରଦାନ କରାଯିବା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯାଇଥିଲା।ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ,ସୁଚିତ୍ରା ବେହେରା,ରଶ୍ମିତା ସ୍ୱାଇଁ,ପ୍ରତିମା ଦେଇ, ସୁନାମଣି ଦେଇ ପ୍ରମୁଖଙ୍କ ସହିତ ସମସ୍ତ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ,ପିତାମାତା,ଅଭିଭାବକ,ନିମନ୍ତ୍ରିତ ଭଦ୍ର ବ୍ୟକ୍ତିମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Exit mobile version