୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ସଦର ବ୍ଲକ ଆମଣ ପଞ୍ଚାୟତ ବାଗଧରାପୁର ଗ୍ରାମରେ ଥିବା ପୁରାତନ ଗାଦିବ୍ରହ୍ମ ଗୋସ୍ୱମୀ ସନ୍ଥ ସୌରୀ ଦାସ ମଠରେ ବୁଧବାର ରାତି ଅଗ୍ନି ଉତ୍ସବ ଠାରୁ ଆରମ୍ଭ ହୋଇଥିବା ବାର୍ଷିକ ମହୋତ୍ସବ ଗୁରୁବାର ପ୍ରତିପଦ ସନ୍ଧ୍ୟାରେ ଉଦଯାପିତ ହୋଇଛି । ଏହି ମଠଟି ବହୁ ପୁରାତନ ମଠ ହୋଇଥିଲେ ମଧ୍ୟ ଏହାର ବିକାଶ ଦିଗରେ ସରକାରଙ୍କ ନଜର ପଡିନି । ଯାହାଫଳରେ ମଠର ଉନ୍ନତି ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ମହୋତ୍ସବକୁ ଆସିଥିବା ଶ୍ରଦ୍ଧାଳୁ ମାନେ କହିଥିଲେ ।

