Home ଓଡ଼ିଶା କଂଗ୍ରେସ ପ୍ରେସଵାର୍ତା ୧୨ ଫେବୃଆରୀ ୨୦୨୫ ନୟାଗଡ ଡାକ୍ତରଖାନା ପରିସରରେ ସ୍ଥାୟୀ ପବ୍ଲିକ ପାର୍କିଂ ବ୍ୟବସ୍ଥା କରାଯାଉ – କଂଗ୍ରେସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ ଜିଲ୍ଲା :- ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ପ୍ରତ୍ୟହ ଅନୁଭୂତ ହେଉଛି ଲ ଡାକ୍ତରଖାନା ପରିସରରେ ବଡବଡ଼ ଅଟ୍ଟାଳିକା, ଷ୍ଟାଫ କ୍ୱାର୍ଟର ନିର୍ମାଣ ହେବା ପରେ ପବ୍ଲିକ ପାର୍କିଂ, ୧୦୮ ଆମ୍ବୁଲାନ୍ସ, ଘରୋଇ ଆମ୍ବୁଲାନ୍ସ ପାର୍କିଂ ଏପରିକି ହସ୍ପିଟାଲ ଷ୍ଟାଫ ମାନଙ୍କ ଗାଡି ପାର୍କିଂ ପାଇଁ ଧ୍ୟାନ ଦିଆଯାଉ ନାହିଁ ଯାହାଫଳରେ ଜବରଦସ୍ତ ପାର୍କିଂ ସମସ୍ୟା ସମାଧାନ ପାଇଁ ଏବେ ଡାକ୍ତରଖାନା ପରିସରରେ ଥିବା ପୁରୁଣା ସର୍ଜରୀ ୱାର୍ଡ ଭଙ୍ଗା ଯାଉଥିବା ଉଦ୍ଧିଷ୍ଟ ସ୍ଥାନକୁ ପବ୍ଲିକ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ନୟାଗଡ ବିଧାୟକ ଡ଼ ଅରୁଣ ସାହୁ, ନୟାଗଡ ଜିଲ୍ଲପାଳ ଙ୍କୁ ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଟ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସାମାଜିକ ଗଣମାଧ୍ୟମ X ଯୋଗେ ପ୍ରସ୍ତାବ ଦେଇଛନ୍ତି l ପ୍ରାୟ ୧୩ ଲକ୍ଷ ଜିଲ୍ଲା ବାସୀ ନିର୍ଭର କରୁଥିବା ଏହି ମୁଖ୍ୟ ଚିକିତ୍ସାଳୟ କୁ ପ୍ରତ୍ୟେକ ଦିନ ହଜାରହଜାର ସଂଖ୍ୟାରେ ବିଭିନ୍ନ ବର୍ଗ ର ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ ଆସୁଥିବାରୁ ନିର୍ଦ୍ଧିଷ୍ଟ ପବ୍ଲିକ ପାର୍କିଂ ସ୍ଥାନ ଅଭାବ ଯୋଗୁଁ ଡାକ୍ତରଖାନା ପରିସର ରେ ଟ୍ରାଫିକ ସମସ୍ୟା ବଢ଼ିବଢ଼ି ଚାଲିଛି l ତେଣୁ ଏହାର ସମାଧାନ ଉପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଧ୍ୟାନ ଦେବା ପାଇଁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ by Proprietor Abhimanyu Maharana October 1, 2026 ଆଠ ଜଣ ରେଳ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 1, 2026 ନୟାଗଡ଼ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ପି. ଏମ. ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, by Proprietor Abhimanyu Maharana September 30, 2026 होटल प्रबंधन संस्थान, भुवनेश्वर द्वारा हिंदी पखवाड़ा - 2026 का भव्य समापन समारोह एवं कवि सम्मेलन “हास्य सुरभि 2.0” का आयोजन by Proprietor Abhimanyu Maharana September 30, 2026 ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ : ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାର ନୂଆ ମୋଡ଼ by Proprietor Abhimanyu Maharana September 30, 2026 ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana September 30, 2026