୧୯ତମ ଜାଗର ମହୋତ୍ସବ ପ୍ରଥମ ପ୍ରସ୍ତୁତି ବୈଠକ

୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )  ବାଙ୍କୀ :- ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର ହରିରାଜପୁର ପଂଚାୟତର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଆଜକୁ ୧୮ବର୍ଷ ଧରି ଜାଗର ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଶିମିଳିପୁରସ୍ଥିତ ସିଦ୍ଧେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ସଭାପତି ଦେବୀଦତ୍ତ ବିଭୂତିରାୟଙ୍କ ସଂଚାଳନରେ ସଂପାଦକ ସୁବୋଧ ସାମଲ ସ୍ୱାଗତ ଭାଷଣ ଦେବା ସହ ଚଳିତ ବର୍ଷ ଜାଗର ମହୋତ୍ସବ ଫେବୃୟାରୀ ୨୬ତାରିଖରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଅନୁଷ୍ଠିତ ହେବା ସହ

ସିଦ୍ଧେଶ୍ୱରଙ୍କ ୫ଦିନ ଧରି ୫ଟି ବେଶର କାର୍ଯ୍ୟକ୍ରମ ଏବଂ ରାଜ୍ୟ ତଥା ବାହାରୁ ସିନେତାରକାଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସଂପାଦକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀ ପକ୍ଷରୁ ସୀତାକାନ୍ତ ମହାପାତ୍ର, ଅନ୍ତର୍ଯ୍ୟାମୀ ନାୟକ, ମଦନମୋନହ ସ୍ୱାଇଁ, ପୁର୍ଣ୍ଣ ନାୟକ, ଅଭୟ ସ୍ୱାଇଁ, ବିଶ୍ୱମ୍ବର ନାଏକ,ବୈକୁଣ୍ଠ ନାୟକ, ରମଶେ ନାୟକ, ବେଣୁଧର ସାମଲଙ୍କ ସମେତ ମହୋତ୍ସବର ସମସ୍ତ କର୍ମକର୍ତ୍ତା ଏଥିରେ ସାମିଲ୍ ହୋଇଥିଲେ । ପରିଶେଷରେ ବିଭୂପ୍ରସାଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version