କରୋନା ଯୋଦ୍ଧା ରଶ୍ମିତା ମୁଦୁଲିଙ୍କ ପ୍ଲାଜ୍‌ମା ଦାନ

ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ଭୁବନେଶ୍ୱର, :ପ୍ଲାଜ୍‌ମା ଥେରାପି ଦ୍ୱାରା କୋଭିଡ୍‌-୧୯ ସଂକ୍ରମିତ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ପରିପ୍ରେକ୍ଷୀରେ ଅଧିକ ସଂଖ୍ୟାରେ ପ୍ଲାଜ୍‌ମା ଦାନ କରିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ଆହ୍ୱାନ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲ୍‌ରେ କାର୍ଯ୍ୟରତ ଷ୍ଟାଫ୍‌ ନର୍ସ ତଥା କରୋନା ଯୋଦ୍ଧା କୁମାରୀ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି ।

ଏଥି ସହିତ କୁମାରୀ ମୁଦୁଲି କୋଭିଡ୍‌-୧୯ସଂକ୍ରମିତ ରୋଗୀମାନଙ୍କର ଜୀବନ ରକ୍ଷା କରିବାକୁ ପ୍ଲାଜ୍‌ମା ଦାନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି । ଏହି ଅବସରରେ କୁମାରୀ ମୁଦୁଲିଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଶୁଭେଚ୍ଛା ଜଣାଇବା ସହିତ କୁମାରୀ ମୁଦୁଲିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟମାନେ ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି ।

Exit mobile version