୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର.ଉଦ଼ୟଗିରି :-> ରୋଗ ଭଲ ନ ହେବାରୁ ବିଷ ପିଇ ଆତ୍ମହତ୍ୟା l ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତ ରୁଜାଙ୍ଗି ଗାଁରେ ରୋଗ ଭଲ ନ ହେବାରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି l ମୃତ ଜଣଙ୍କ ହେଲେ ରୁଯାଙ୍ଗି ଗାଁର ଲୋକନାଥ ଗମାଙ୍ଗ l ବୁଧବାର ସକାଳେ ନିକଟସ୍ଥ ଜଙ୍ଗଲରୁ ପରିବାରଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ଡାକ୍ତର ଜିତେନ୍ଦ୍ର ପ୍ରସାଦ ଦାସ ତାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି l
