ଜେଇଇ ମେନ ୨୦୨୫ରେ ମଦର୍ସ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା

୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଜେଇଇ ମେନ ୨୦୨୫ରେ ଉଲ୍ଲେଖନୀୟ ଫଳାଫଳ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ଶିକ୍ଷାଗତ ଉତ୍କର୍ଷତା ପ୍ରତି ଏହି ସ୍କୁଲର ପ୍ରତିବଦ୍ଧତା ଏବଂ ସମର୍ପଣ ଯୋଗୁଁ ଏହି ଅସାଧାରଣ ଫଳାଫଳ ସମ୍ଭବ ହୋଇଛି । ସମସ୍ତ ଶୀର୍ଷ ସଫଳ ଛାତ୍ରଛାତ୍ରୀମାନେ ସମ୍ମାନଜନକ ସ୍ପାର୍କ ବ୍ୟାଚର ଅଟନ୍ତି, ଯାହା ବିଦ୍ୟାଳୟର କେନ୍ଦ୍ରୀଭୂତ ଶିକ୍ଷା ଆଭିମୁଖ୍ୟର ଫଳପ୍ରଦତାକୁ ପ୍ରଦର୍ଶିତ କରୁଛି । ସେମାନଙ୍କ ମଧ୍ୟରୁ ସାଇ ସ୍ପନ୍ଦନ ନାୟକ ୯୯.୯୨ ପ୍ରତିଶତ ହାସଲ କରିଥବାବେଳେ ଗଣିତରେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ସେହିଭଳି ସାଇ ଅମୃତ ସାଗର ୯୯.୮୭ ପ୍ରତିଶତ ଓ ଆୟୁଷ୍ମାନ ସାହୁ ୯୯.୮୫ ପ୍ରତିଶତ ହାସଲ କରିଛନ୍ତି । ଯେବେକି ଆୟୁଷ ମିଶ୍ର ୯୯.୩୫ ପ୍ରତିଶତ, ରୁଦ୍ର ପ୍ରସାଦ ପାତ୍ର ୯୯.୩୧ ପ୍ରତିଶତ ଓ ଆଦିତ୍ୟ କୁମାର ସାହୁ ୯୯.୧୪ ପ୍ରତିଶତ ନମ୍ବର ରଖିଛନ୍ତି ।

ଏହି ସଫଳତା ସମ୍ପର୍କରେ ମତବ୍ୟକ୍ତ କରି ମଦର୍ସ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୋଲି ପଟ୍ଟନାୟକ କହିଛନ୍ତି, “ଆମର ଛାତ୍ରଛାତ୍ରୀମାନେ ସେମାନଙ୍କର ପରବର୍ତୀ ଯାତ୍ରା ଆରମ୍ଭ କରୁଥିବା ବେଳେ ଆମେ ସେମାନଙ୍କୁ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛୁ । ଗୋଟିଏ କଥା ଉପରେ ମୁଁ ଗୁରୁତ୍ୱ ଦେବାକୁ ଚାହୁଁଛି ଯେ, ଏତେ ଚମତ୍କାର ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସୁଥିଲେ, ସମସ୍ତ ଶ୍ରେଣୀ ପରୀକ୍ଷା ଓ ଆସାଇନମେଂଟ ନେଉଥିଲେ ଏବଂ କେବେ ବି ମଧ୍ୟ କ୍ଲାସ ବନ୍ଦ କରିନାହାନ୍ତି । ମୁଁ ଭାବୁଛି ଏହା ସେମାନଙ୍କ ସଫଳତାରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛି ।”

Exit mobile version