୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ଫେବୃଆରୀ ୧୨ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚଠାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ), ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର(ଜିକେସିଏମ ଓଆରସି) ସହ ସହଭାଗିତା କରିଛି । ଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ସମ୍ମାନରେ ବିଶିଷ୍ଟ ଅତିଥି ଓ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

