୭ମ ବିଛୁବାହାଲି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ମୁରିବାହାଲ (ଏମ ସି ସି ) ଚାମ୍ପିୟନ

୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବେଲପଡା :-> ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ପଣ୍ଡରିଯୋର ପଞ୍ଚାୟତ ଅନ୍ତର୍ଗତ ବିଛୁବାହାଲି ସ୍କୁଲ ଖେଳ ପଡ଼ିଆ ଠାରେ ଚାଲିଥିବା ୭ମ ବିଛୁବାହାଲି କପ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ୍ ଖେଳ ମୁରିବାହାଲ (ଏମସିସି )ଓ ବାହାବଳ (ବିସିସି ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ (ଏମସିସି )ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭର ରେ ୭ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା I ଏହାର ଜବାବ୍ ରେ ବାହାବଳ (ବିସିସି )ଦଳ ୧୫ ଓଭର ରେ ୮ ୱ୍ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରି ବିଜୟ ପରାସ୍ତ ହୋଇଥିଲେ l

ଯାହା ଫଳ ରେ ମୁରିବାହାଲ (ଏମସିସି )ଦଳ ଚାମ୍ପିୟନ ହାଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମାଁ ସିଂହବାହିନୀ କ୍ଳବ ସଭାପତି ଲଲିତ ମୋହନ ମାଝୀ ଅଧ୍ୟାକ୍ଷ୍ୟତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ୨୫ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶବଦ ମିର୍ଦ୍ଧା, ଯୋଗ ଦେଇଥିଲେ l ସମ୍ବାନିତ ଅତିଥି ଭାବେ ୨୬ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ଅନିମା ଦାସ, ବେଲପଡା ବ୍ଲକ ର ବିଜେପି ମୁଖ୍ୟ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଦାସ, ବେଲପଡା ବ୍ଲକ ବିଜେପି ସଭାପତି ଅନୁପ ବନଛୋର, ଅତିଥି ଭାବ ରେ ଏକ୍ସ ସରପଞ୍ଚ ଦେବାର୍ଚ୍ଚନ ମାଝୀ, ପଞ୍ଚାୟତ ଯୋଗାଣ ସହାୟକ ନାରାୟଣ ଯୁଏଡ଼, ଓ ୱାର୍ଡ ନଂ ୪ର ମେମ୍ବର ଟଙ୍କଧର ମାଝୀ,

ପ୍ରୟୋଜକ ମହାବୀର ରଣା ଏଲଆଇସି ଏଡ଼ଭାଇଜର କୁର୍ଲି ଏବଂ ଆୟୋଜକ ସି ଆର କମ୍ପୁଟର ଚକାଡୋଳା ମାଝୀ ଯୋଗ ଦେଇଥିଲେ l ଚାମ୍ପିୟନ ଦଳ କୁ ଟ୍ରଫି ସହ ୨୦୦୦୦ (କୋଡିଏ ହଜାର )ଟଙ୍କା ଏବଂ ରନର୍ସ ଅପ୍ ଦଳ କୁ ଟ୍ରଫି ସହ ୧୨୦୦୦ (ବାର ହଜାର ) ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ l ଅମ୍ପିୟାର ଭାବେ ଲଲିତ ମୋହନ ମାଝୀ ଓ ପ୍ରଦୀପ ମାଝୀ ଥିଲେ । ଖେଳ କୁ ପରିଚାଳନା କରିଥବା ବେଳେ ସ୍କୋରର ରୂପେ ମହେନ୍ଦ୍ର ମାଝୀ ଦାୟିତ୍ୱ ତୁଲାଇ ଥିଲେ l ଜ୍ୟୋତି ରାମ ମିର୍ଦ୍ଧା ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l

କମେଣ୍ଟ୍ରି ରେ ଉପେନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟ ରେ କିଶୋର ଚନ୍ଦନ, ପ୍ରକାଶ ଚନ୍ଦନ, ପଞ୍ଚା ଚନ୍ଦନ, ପୁରୁଷୋତ୍ତମ ମାଝୀ, ବିନୋଦ ଚନ୍ଦନ, ଲଛମନ ମାଝୀ, ମାଧବ ଚନ୍ଦନ, କାନ୍ହାମାଝୀ, ଦେବେନ୍ଦ୍ର ସେଠ, ଦାରାସିଂ ମାଝୀ, ଗିରିଧାରୀ ମାଝୀ, ଭୁଜବଲ ଚନ୍ଦନ, ସରୋଜ କୁମାର ମାଝୀ, ସନ୍ତୋଷ ମାଝୀ, ଲାଲୁ ଚନ୍ଦନ, ଅଭିରାମ ମାଝୀ, ନରେଶ ଚନ୍ଦନ, ବଳ ମାଝୀ, ପ୍ରମୁଖ କ୍ଳବ ସଦସ୍ୟ ଉପସ୍ଥିତ ଥିଲେ, ଟୁର୍ନାମେଣ୍ଟ ଟି ଛଅ ଦିନ ଧରି ଚାଲିଥିବା ବେଳେ ୧୬ଟି ଦଳ ଭାଗ ନେଇଥିଲେ l

Exit mobile version