Home ଓଡ଼ିଶା ନାଟ୍ୟଗୁରୁ ସ୍ୱର୍ଗତ ଧୁର୍ବଚରଣ ପାତ୍ରଙ୍କ ସ୍ମରଣରେ କବିତା ପାଠ ଉତ୍ସବ ଓ ନାମ ସଂକୀର୍ତ୍ତନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ବାଲିପାଟଣା ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତର ଆଳୋଇ ଗ୍ରାମର ନାଟ୍ୟ ଗୁରୁ ସ୍ୱର୍ଗତ ଧୁର୍ବଚରଣ ପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ ନିଶାମଣି ପାତ୍ରଙ୍କ ବିୟୋଗରେ ପ୍ରାଚୀ କ୍ଷେତ୍ର ପୁରାଣ ପ୍ରସିଦ୍ଧ ତ୍ରିବେଣୀ ଘାଟ ଠାରେ ଅସ୍ଥି ବିସର୍ଜନ ତଥା ସ୍ମରଣ ପରିପକ୍ଷୀରେ ଏକ କବିତା ପାଠ ଉତ୍ସବ ସମେତ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । କବୟିତ୍ରୀ ସୁଜାତା ଦାଶ ଏବଂ ଡକ୍ଟର ସସ୍ମିତା ନାୟକଙ୍କ ମଞ୍ଚ ପରିଚାଳନା ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ବିଶିଷ୍ଟ କବି ପଣ୍ତିତ ମୂରଲୀଧର ସାହୁ, ବିଜୟ କୁମାର ମିଶ୍ର, ପ୍ରାଚୀ ଗବେଷକ ହଂସ ନାଥ ସାହୁ,ପଣ୍ଡିତ ଲିଙ୍ଗରାଜ ଆଚାର୍ଯ୍ୟ, କବି ମାଗୁଣୀ ଚରଣ ସେଠୀ, ରବୀନ୍ଦ୍ର ନାଥ ପାତ୍ର, , ଧରଣୀ ଧର ସାହୁ,ପ୍ରଫୁଲ କୁମାର ଦାଶ, ବିପିନ ବିହାରୀ ଦାସ, ସାମ୍ୱାଦିକ ବିନୋଦ କୁମାର ଭୋଇ, ପ୍ରଦୀପ୍ତ କୁମାର ପାତ୍ର,ପ୍ରସନ୍ନ ପାତ୍ର, ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷା ଶୈଳବାଳା ମେକାପ, ସିପ୍ରା ରାଣୀ ବିଶ୍ଵାଳ , ବିଜୟ କୁମାର ବେହେରା,ବର୍ଷା ପଟ୍ଟନାୟକ, ପ୍ରତିମା ବେହେରା ସମେତ ବହୁ କବି, କବୟିତ୍ରୀମାନେ ଯୋଗ ଦେଇ ସ୍ଵ ରଚିତ କବିତା ପାଠ କରିବା ସହ ନାଟ୍ୟ ଗୁରୁ ସ୍ୱର୍ଗତ ଧୁର୍ବଚରଣ ଏବଂ ତାଙ୍କ ଧର୍ମପତ୍ନୀ ନିଶାମଣିଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ଉତ୍ସବକୁ ପୁଷ୍ପଲତା ପାତ୍ର, ପ୍ରଦୀପ କୁମାର ପାତ୍ର , ଜ୍ଞାନରଞ୍ଜନ ପାତ୍ର, ଉପେନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ବେହେରା, ଗୀତାଞ୍ଜଳୀ ବିଶ୍ଵାଳ, ଜ୍ଞାନରଞ୍ଜନ ପ୍ରଧାନ, ,ବିଦେଶିନୀ ପାତ୍ର, ଜ୍ୟୋସ୍ନାରାଣୀ ପାତ୍ର, ବାବୁଲି ଦାସ , ଲକ୍ଷ୍ମୀକାନ୍ତ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ନାଟ୍ୟ ଗୁରୁ ସ୍ୱର୍ଗତ ଧୂର୍ଵଚରଣ ପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ ନିଶାମଣି ପାତ୍ର ହେଉଛନ୍ତି ଓଡିଆ ଭାଷା, ସାହିତ୍ୟ, କଳା ସଂସ୍କୃତିର ମିଳିନର ଗଠିତ ତ୍ରୟମାସିକ ଶିଶୁ କିଶୋର ପତ୍ରିକା କୃପାନେତ୍ର ର ସଂପାଦକ ରବୀନ୍ଦ୍ର କୁମାର ପାତ୍ରଙ୍କ ପିତା ଏବଂ ମାତା ଅଟନ୍ତି । ପିତା,ମାତାଙ୍କର ସ୍ମୃତି ଚାରଣ ଲାଗି ପୁଅ, ବୋହୂ, ନାତି ନାତୁଣୀ ସମସ୍ତେ ଏହିପରି ଭାବେ ପିତୃପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଉଚିତ ବୋଲି ଉପସ୍ଥିତ ବିଦ୍ୟାନ୍ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026