ନୂତନ ପିସିସି ସଭାପତିଙ୍କୁ କୃତଜ୍ଞତା ଜଣାଇଲେ କଟକ ନଗର କଂଗ୍ରେସ କର୍ମୀ

୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-  ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟେଇ ମଙ୍ଗଳବାର ଦିନ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନାମ ପିସିସି ସଭାପତି ଭାବେ ଘୋଷଣା ହେବା ସହିତ କିଛି ସମୟ ମଧ୍ୟରେ ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ ଆକ୍ସନ ମୋଡକୁ ଆସି କିଛି ଦିନ ତଳେ ନିଲମ୍ବିତ ହୋଇଥିବା ବରିଷ୍ଠ କଂଗ୍ରେସ୍ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ଥିବା ମାନସ ଚୌଧୁରୀ ଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେବା ପରେ ସାରା ରାଜ୍ୟରେ ଓ ବିଶେଷ କରି କଟକ ସହରରେ କଂଗ୍ରେସ କର୍ମୀ ମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ଏହି ଅବସରରେ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ୍ ର ପ୍ରାକ୍ତନ ଉପସଭାପତି ଶିଶିର ରଥ ଙ୍କ ନେତୃତ୍ୱରେ କଂଗ୍ରେସ୍ କର୍ମୀମାନେ ଏକାଠି ହେଇ ବାଜା ବଜେଇ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ଜାହିର କରିବା ସହିତ ଏହି ଡବଲ ଖୁସି ପାଇଁ କଂଗ୍ରେସ କର୍ମୀମାନେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ,ଦଳର ସର୍ବମାନ୍ୟ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ କୃତଜ୍ଞତା ଜଣେଇବା ସହିତ ଉଭୟ ନେତା ଭକ୍ତ ଦାସ ଏବଂ ମାନସ ଚୌଧୁରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଶ୍ରୀ ଦାସ ଙ୍କ ନେତୃତ୍ୱରେ ସାରା ରାଜ୍ୟରେ କଂଗ୍ରେସ ନେତା ଓ କର୍ମୀ ସୁ-ସଂଗଠିତ ହୋଇ ସଂଗଠନକୁ ମଜବୁତ୍ କରିବା ସହ ପ୍ରତିପକ୍ଷ ଙ୍କୁ କଡା ଟକ୍କର ଦେଇପାରିବ ବୋଲି କଂଗ୍ରେସ କର୍ମୀମାନେ ଆଶା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ଉପସଭାପତି ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ,କଟକ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ,କଟକ ନଗର(ଜିଲ୍ଲା)କଂଗ୍ରେସ ର ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,

ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ୍,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ ଓ ଜୟ ନାରାୟଣ ତ୍ରୀପାଠୀ,,ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ,ଛାତ୍ରନେତା ସୁନୀଲ ଜେନା,ବ୍ଲକ ସଭାପତି ଆଶୁତୋଷ ବରାଳ,ସଦାଶିବ ବାରିକ,ଙ୍କ ସମେତ ରଜନୀ ବସ୍ତିଆ, କାଳନ୍ଦୀ ଖୁଣ୍ଟିଆ,ସନ୍ତୋଷ ବିଶ୍ଵାଳ, ଦୀପକ୍ ସାହୁ,ବିକି ଜେଠି, ଲିପୁଲ୍ ରାଉତ୍,ଯୁବନେତା ପ୍ରତ୍ୟୁଷ ସାହୁ,ଉଗ୍ରସେନ ଭୂୟାଁ,ୠଷି କାଣ୍ଡି ପ୍ରମୁଖ ଯୋଗଦେଇ କୃତଜ୍ଞତା ଜ୍ଞାପନ କରିଥିଲେ ।

Exit mobile version