x. ସିସିଏଲ ଚଳିତ ସିଜନ – ୨୦୨୫ ପାଇଁ ବାରବାଟି ଷ୍ଟାଡ଼ିୟମ, ବେଙ୍ଗଲ ଟାଇଗର୍ସ ଦଳର ଘରୋଇ ପଡ଼ିଆ ହୋଇଛି
x. ସିସିଏଲର ଦୁଇଟି ମ୍ୟାଚ ପ୍ରଥମଟି ପଞ୍ଜାବ ବନାମ ଭୋଜପୁରୀ ଏବଂ ଦ୍ୱିତୀୟ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ବନାମ ମୁମ୍ବାଇ ଖେଳାଯିବ
x. ମ୍ୟାଚ୍ ପାଇଁ ଟିକଟ ୧୧ ତାରିଖରୁ ଉପଲବ୍ଧ ହୋଇଛି, ୧୬ ତାରିଖରେ ମ୍ୟାଚ୍ ଖେଳାଯିବ
୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ୨୦୨୫ ଓଡ଼ିଶା ମାଟିକୁ ଆସିଛି । ଏହି କାର୍ଯ୍ୟକ୍ରମଟି ୨୦୨୫ ଫେବ୍ରୁଆରି ୧୬ରେ କଟକର ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଚଳିତ ୨୦୨୫ ସିଜନ ପାଇଁ ବେଙ୍ଗଲ ଟାଇଗର୍ସ ଦଳ ବାରବାଟି ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଛି । ୟୁଜେନିକ୍ସ ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଲିଉଡ୍ର କିଛି ବଡ଼ ତାରକାଙ୍କୁ ଏକାଠି କରିବ ଯେଉଁଥିରେ କ୍ରିକେଟ୍, ମନୋରଞ୍ଜନ ଏବଂ ଗ୍ଲାମରର ଏକ ରୋମାଂଚକର ମିଶ୍ରଣ ସୃଷ୍ଟି ହେବ । ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାନଭି କପୁର ଆଦି କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
