୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲାର ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବାଲିଗୁଡା ସମେତ ତୁମୁଡିବନ୍ଧ ,କୋଟଗଡ,କ. ନୂଆଗାଁ ,ରାଇକିଆ ,ଦାରିଙ୍ଗବାଡି ,ଜି ଉଦୟଗିରୀ ବ୍ଲକ ର ୮୪୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜୀକୃତ କରିଥିବା ବେଳେ ୫୪୫ ଜଣ ଉପସ୍ଥିତ ରହି ଚିହ୍ନଟ ପକ୍ରିୟାରେ ଭାଗ ନେଇଥିଲେ । ୧୪ ଜଣ ଭିନ୍ନକ୍ଷମ ଙ୍କୁ ସହାୟକ ଉପକରଣ ପ୍ରଦାନ କରଯାଇଥିଲା ।
