୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ବଡ଼ ସଂଘର୍ଷ ଲୁଚି ରହିଛି। ଯାହା ବାହାରକୁ ସହଜରେ ଦେଖା ଯାଏ ନାହିଁ। ସଫଳ ଉଦ୍ୟୋଗପତି ଦୀପ୍ତିରଂଜନ ପଟ୍ଟନାୟକଙ୍କ ପଛରେ ମଧ୍ୟ ବଡ଼ ସଂଘର୍ଷ ଭରା କାହାଣୀ ଲୁଚି ରହିଛି । ତାଙ୍କର ନିରନ୍ତର ସଂଘର୍ଷ, କର୍ତ୍ତବ୍ୟ ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଆଜି ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି । ବିବାହ ପରେ ତାଙ୍କ ସଂଘର୍ଷର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ସେ ଜୀବନରେ ଅନେକ ଠକାମିର ଶିକାର ହୋଇଛନ୍ତି । ହେଲେ ନିଜେ କେବେ କାହାକୁ ଠକିବାକୁ ଚେଷ୍ଟା କରିନାହାନ୍ତି । ତାଙ୍କରି ତ୍ୟାଗ ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠା ହୋଇ ପାରିଛି। ତାଙ୍କ ଭଳି ଜଣେ ଦରଦୀ ଉଦ୍ୟୋଗପତିଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ। ଆଜି ହୋଟେଲ୍ ମେଫେୟାର କନ୍ଭେନସନ୍ରେ ତ୍ରିବେଣୀ ଆର୍ଥମୁଭର୍ସ ପକ୍ଷରୁ ଆୟୋଜିତ ଉଦ୍ୟୋଗପତି ଦୀପ୍ତିରଂଜନ ପଟ୍ଟନାୟକଙ୍କ ଜୀବନୀ ‘ଡିଅର୍ ଡି.ଆର୍.-ଝରଣାରୁ ନଦୀ ହେବାର କାହାଣୀ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘କିଟ୍ ଓ କିସ୍’ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡ. ଅଚ୍ୟୁତ ସାମନ୍ତ ।

