୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତାକଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର | ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତି ର ହୋର୍ଡିଙ୍ଗ ଉପରେ ୩ଟି କାଗଜ ପୋଷ୍ଟର ମାରି ବିଜେପି ସରକାର, ସଙ୍ଘ ଓ ପୁଲିସ ର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଜଳ, ଜଙ୍ଗଲ, ଜମି,ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ଭିକ୍ଷା ନୁହେଁ ସଂଘର୍ଷର ପଥ ଆପଣେଇବା ସହ ଇଜ୍ଜତ ର ସହ ବଂଚିବାକୁ ପୋଷ୍ଟର ରେ ଉଲ୍ଲେଖ ଅଛି |

