Home ଓଡ଼ିଶା ମା’ ଭୁବାସିନୀଙ୍କ ୨ୟ ବାର୍ଷିକ ମହୋତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପାଲ ପଞ୍ଚାୟତରେ ଥିବା ମା’ ଭୁବାସିନୀ ମନ୍ଦିରର ଐତିହ୍ୟ ସମ୍ପନ୍ନ କୁଳନ୍ତିରା ବାଗିଲୋ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେବାକୁ ଯାଉଛି ଏହି ମହାର୍ଘ୍ଯ ଉତ୍ସବ । ଏହି ମହୋତ୍ସବ ମାର୍ଚ୍ଚ ୨ ଏବଂ ୩ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ମା, ଭୁବାସିନୀ ଚାରି ଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ. ପ୍ରୀୟଞ୍ଜନ ସ୍ୱାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ! ଜୟଦେବ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମା, ଭୁବାସିନୀ ଚାରି ଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ପ୍ରୀୟଞ୍ଜନ୍ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହା କେବଳ ଏକ ଉତ୍ସବ ନୁହେଁ ଆମ ଓଡ଼ିଶାର ଐତିହ୍ୟ , ପରମ୍ପରା , ଅସ୍ମିତା , କଳା , ସଂସ୍କୃତି , ପରିଚୟକୁ ଉଜ୍ଜୀବିତ ରଖିବା ,ଉନ୍ମୁକ୍ତ କରିବା ନିମନ୍ତେ ମା, ଭୁବାସିନୀ ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏହା ଏକ ପ୍ରୟାସ l ରାଜ୍ୟର ଅନେକ ବିଶିଷ୍ଟ ଖ୍ୟାତି ସଂପନ୍ନ ବ୍ୟକ୍ତିବିଶେଷ ମାନେ ଏହି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏହାର ରଙ୍ଗାରଙ୍ଗ ଉତ୍ସବର ପ୍ରଥମ ଦିବସରେ ଓଡ଼ିଶୀ , ସମ୍ବଲପୁରୀ,ଭଜନ ସମାରୋହ ଦ୍ୱାରା ଦର୍ଶକଙ୍କ ମନ ମୋହିବେ ଭୁବନେଶ୍ୱରର କଳାକାର ମାନେ l ଏହାପରେ ବିଭିନ୍ନ ସମରକଳା ଓ ଆତ୍ମରକ୍ଷା କୌଶଳ ପଦର୍ଶନ କରି ଦର୍ଶକଙ୍କୁ ଭେଟି ଦେବେ କଳାକାର ମାନେ ଓ ପରେ ପରେ ରାଜୁ ଦାସ( ସାହୁ ବାବୁ)ଙ୍କ କମେଡି ଏହାସହିତ ଜଟଣୀ ଖୋର୍ଦ୍ଧାରୁ ଆସିଥିବା ନୂପୁର ଧ୍ବନି ଅନୁଷ୍ଠାନର କଳାକାରଙ୍କ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ ଆଦିବାସୀ ଓ ଢେମସା ନୃତ୍ୟ। ସେହିପରି ଦ୍ଵିତୀୟ ଦିନରେ ଓଲିଉଡ ଜଗତର ଅଭିନେତା ସମ୍ବିତ,କଣ୍ଠଶିଳ୍ପୀ ଲିନା,,ଯୋଗ ଦେବା ସହ ଶୀତୁଆ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ବିମୋହିତ କରିବେ. ଏହା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ , ବ୍ୟକ୍ତି ବିଶେଷଙ୍କୁ ଆମ ଗାଁ ଆମ ସମ୍ମାନ ପ୍ରଦାନ କରାଯିବ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା.ପ୍ରଦୀପ ଭୋଳ,ଜୀବନ ଜ୍ୟୋତି ପଣ୍ଡା,ପ୍ରଶାନ୍ତ ଭୋଳ,ଶଙ୍କର ଭୋଳ,ଅକ୍ଷୟ ଭୋଳ,ତୋଫାନ ଭୋଳ,ପ୍ରତାପ ସ୍ଵାଇଁ,ପ୍ରଳୟ ଭୋଳ,ଆଲୋକ ରଞ୍ଜନ ଭୋଳ ଓ ଯୁବ ସାମ୍ବାଦିକ ତଥା ଶିଶୁ ଅନନ୍ତ ପ୍ରେସ କ୍ଲବ ସଭାପତି ବିଦ୍ୟା ଭୂଷଣ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026