ବର୍ଣ୍ଣାଢ଼୍ୟ ପରିବେଶ ଭିତରେ THE R1 ACADEMY ପ୍ରତିଯୋଗିତାମୂଳକ ଶିକ୍ଷାନୁଷ୍ଠାନ ଉଦଘାଟିତ

୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା  :-  THE R1 ACADEMY ଏକ ପ୍ରତିଯୋଗିତା ମୂଳକ ଶିକ୍ଷାନୁଷ୍ଠାନ।ଶିକ୍ଷାନୁଷ୍ଠାନର ଭବ୍ୟ ଉଦଘାଟନୀ ଉତ୍ସବରେ ସମ୍ମାନୀତ ମୂଖ୍ୟ ଅତିଥି ଭାବରେ ଓଡ଼ିଶାର ସୁନାମଧନ୍ୟ ମଞ୍ଚ ପରିଚାଳକ ଭାଷାବୀତ ତଥା ଇଂରାଜୀ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ, ସମ୍ମାନୀତ ଅତିଥି ଭାବରେ ଆଇନଷ୍ଟାଇନ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଅବଦୁଲ କଲାମ,ସମ୍ମାନୀତ ମୂଖ୍ୟବକ୍ତା ଭାବରେ ଓଳସିଂହ ଦାଶରଥି ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ଦାଶ, ସମ୍ମାନିତ ଅତିଥି ଭାବରେ THE R1 ACADEMYର ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ରଥ,

ନିରାକାରପୁର ଶାଖାର ପରିଚାଳକ ତଥା ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ନାଥ ଶର୍ମା, ସମ୍ପାଦକ ଶକ୍ତି ପଟ୍ଟନାୟକ ଓ ଅନୁଷ୍ଠାନର ସହସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର୍ ପାଲଟାସିଂ,ସରପଞ୍ଚ ବିନୋଦିନୀ ଦାଶଙ୍କ ସହିତ ଅଂଚଳର ବିଶିଷ୍ଟ ଶିକ୍ଷାବିତ,ଶିକ୍ଷକ,

ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବୁଦ୍ଧିଜୀବି ମାନଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଅନୁଷ୍ଠାନର ଦୀର୍ଘଜୀବି କାମନା କରିବା ସହ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଏହି ଅନୁଷ୍ଠାନଟି ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି ମତପୋଷଣ କରିଥିଲେ ।

Exit mobile version