୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :- ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ l ବାର ମାସ ମଧ୍ୟ ରୁ ମାଘ ମାସର ଅନନ୍ୟ ମହତ୍ୱ ରହିଛି l ଏହି ମାସରେ ଓଡିଶା ର ପୁର ପଲ୍ଲୀ ରେ ପୁରାଣ ପାଠ ହେଉଥିବା ଦେଖିବାକୁ ମିଳିଥାଏ l ଯାହା ଫଳରେ ଗ୍ରାମ ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ l ଏହି କର୍ମରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ୱର ପଂଚାୟତ ପଦ୍ମପୁର ମା ମଙ୍ଗଳା ଙ୍କ ପୀଠ ରେ ମାସ ବ୍ୟାପି ମହାନ ଭାଗବତ ପୁରାଣ ପାଠ ହେଉଥିବା ଦେଖିବାକୁ ମିଳିଛି l ଗ୍ରାମର ମହିଳା ମାନେ ପାଳି କରି ପୁରାଣ ପଢୁଛନ୍ତି l

