ଉତ୍କଳ ମେଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଉତ୍କଳ ମେଲ ର ରାଉରକେଲା ସଂସ୍କରଣର 37 ତମ ଓ ପାରାଦୀପ ସଂସ୍କରଣ ର 11ତମ ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନସ୍ଥ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ lଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ଼. ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l

ସମ୍ମାନୀୟ ଅତିଥି ଭାବେଏମ.ବି.ସି ଟିଭି ର ମୁଖ୍ୟ ତଥା ଶିକ୍ଷାବିତ୍ତ ଡ଼ ବଦ୍ରୀନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା, ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ବିଭୁତି କର, ଜେ ଡି ସି ଏ ର ସମ୍ପାଦକ ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସତସଙ୍ଗ ର ସମ୍ପାଦକ ଅଭୟ କୁମାର ପରିଡା ପ୍ରମୁଖ ମଂଚାସୀନ ରହିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ପରିଚାଳନା ସମ୍ପାଦକ ବିବେକାନନ୍ଦ ଦାସ ସଂଯୋଜନା କରିଥିଲେ l ବିକଶିତ ଭାରତ – 2047 ପରିପ୍ରେକ୍ଷୀରେ ଗଣ ମାଧ୍ୟମ ର ଭୁମିକା ଶୀର୍ଷକ ଉପରେ ଅତିଥି ମାନେ ଆଲୋଚନା କରିଥିଲେ  l

ଏହି ଅବସରରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ କୁମାର ପାଣି, ବିଶ୍ଵବାଣୀ ର ସମ୍ପାଦକ ଅର୍ଜୁନ ମୁଦୁଲି, ବିଷ୍ଣୁ ପ୍ରସାଦ କେଡ଼ିଆ ଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ  l ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ଉତ୍କଳ ମେଲ ର ଉତ୍ତୋରତ୍ତର ଉନ୍ନତି କାମନା ସହ ଗଣ ମାଧ୍ୟମ ର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଅଖୟ ଧଳ, ବିରଞ୍ଚି ମିଶ୍ର, ରବି ମହାନ୍ତି, ମୀନ କେତନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ  l

Exit mobile version