୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ‘ଯୁଗଶ୍ରୀ ଯୁଗନାରୀ’ ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପତ୍ରିକାର ସଂପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି । ‘ଯୁଗଶ୍ରୀ ଯୁଗନାରୀ’ ସହ- ସଂପାଦିକା ଡ. ପ୍ରଭାବତୀ ପଣ୍ଡା ଅତିିଥି ପରିିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନ ସଭା, ସାରସ୍ୱତ ସାଧନା ବୟସକୁ ଅପେକ୍ଷା କରେନା – ଉପେକ୍ଷା କରେ, ଜୀବନର ଲମ୍ବା ରାସ୍ତାରେ ଚଳଚଞ୍ଚଳ ସାହିତ୍ୟିକ ଓ ଅଭିଜ୍ଞତାପୂର୍ଣ୍ଣ ସର୍ଜ୍ଜନାକୁ ପ୍ରଣାମ କରିବା ଉଚିତ୍ ଓ ସାହିତ୍ୟ ସାଧକଙ୍କୁ ଉତ୍ସାହିତ କରିବା ସମାଜର ଧର୍ମମଧ୍ୟ ହେବା ଉଚିତ୍ ବୋଲି କହିଥିଲେ ।
ବିଶିଷ୍ଟ ଅତିଥି କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ ଲେଖାକୁ ଅସ୍ୱୀକାର କରିହେବନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ. ପ୍ରସନ୍ନ ସ୍ୱାଇଁ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଯୁଗଶ୍ରୀ ଯୁଗନାରୀ ଏକ ପତ୍ରିକା ନୁହେଁ ଏକ ଆନ୍ଦୋଳନ – ସଂସ୍କୃତି, ଶିକ୍ଷା ସମାଜ କ୍ଷେତ୍ରରେ କହିଥିବା ବେଳେ ସମ୍ମାନିତ ଅତିଥି ପ୍ରଫେସର ଡ. ସଂଗୀତା ରଥ, ବିଶିଷ୍ଟ ଶିକ୍ଷାବିତ୍ ଓ ସୁସାହିତ୍ୟିକା ମତବ୍ୟକ୍ତ କରିଥିଲେ ପୁରୁଷ ପ୍ରଧାନ ଦେଶରେ ନାରୀ ବି କମ୍ ନୁହେଁ ତାହାର ସୃଜନଶୀଳତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିର୍କ ଫେବୃଆରୀ-୨୦୨୫ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା ା
