ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସହ ବରେନ୍ଦ୍ର ଦାସ ଅଧିକାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ବିଦ୍ୟାପୀଠର ପ୍ରତିଷ୍ଠାତା ବରେନ୍ଦ୍ରକୃଷ୍ଣ ଦାସ ଅଧିକାରୀଙ୍କ ପ୍ରତିମୂର୍ତ୍ତିକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉନ୍ମୋଚିତ କରିଛନ୍ତି । ବିଦ୍ୟାଳୟର ବାଷିର୍କ ପୁରସ୍କାର ବିତରଣ ଉତ୍ସବ ଉପଲକ୍ଷେ ଏକ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିଷଡଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶୁଭ୍ରାଂଶୁ ମୋହନ ପାଢୀ , ଶତବାଷିର୍କ କମିଟିର ସଭାପତି ଭବାନୀ ପଣ୍ଡିତ, ପୂର୍ବତନ ଛାତ୍ର ବାଙ୍କନିଧି ବେହେରା, ସନାତନ ବେହେରା, ସମରେନ୍ଦ୍ର ମହାପାତ୍ର, ଜଳସେଚନ ବଭାଗର ମୁଖ୍ୟଯନ୍ତ୍ରୀ ଇଂ.ଦିଲ୍ଲୀପ୍ କୁମାର ରାଉତ, ବିଶିଷ୍ଟ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଏନ୍‌.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ମାଣିକ ସାହୁ, ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ, ପୂର୍ବତନ ସେଲ୍‌ଟ୍ୟାକ୍ସ୍ କମିଶନର ରାଧାମୋହନ ମହାପାତ୍ର ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

ଏଥିରେ ପରିଚାଳନା କମିଟିର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀନିବାସ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ଦେବାଶିଷ ହାଜେରା, ଭୁବନେଶ୍ୱର ପ୍ରଧାନ, ଅଶୋକ କୁମାର ମହାନ୍ତି, ଫକୀର ମୋହନ ମିଶ୍ର ଏବଂ ଗୋପୀ ମୋହନ କରଙ୍କୁ ବିଧାୟକ ଶ୍ରୀ ତ୍ରିପାଠୀ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । କ୍ରୀଡାରେ ସର୍ବକନିଷ୍ଠ ବିଭାଗରେ ଚମ୍ପୟାନ୍ ଆଖ୍ୟା ଅର୍ଜନ କରିଥିବା ଛାତ୍ରୀ ସତ୍ୟପ୍ରଭା ମଲିକ , କନିଷ୍ଠ ବିଭାଗରେ ସାଗର ଛତର, ବରିଷ୍ଠ ବିଭାଗରେ ନରେନ୍ଦ୍ର ମୁଣ୍ଡାଙ୍କୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ମୃତି ପୁରସ୍କାର ସିଲ୍ ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version