Home ଓଡ଼ିଶା ଡମପଡ଼ା ବ୍ଲକରେ କଟକ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର, ୭୮ଟି ଅଭିଯୋଗ ଶୁଣାଣି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବଙ୍କର ଏକ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ଓ ଜନସାଧାରଣଙ୍କ ସହଯୋଗରେ ପ୍ରଶାସନ କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଡମପଡ଼ା ବ୍ଲକର ଜନସାଧାରଣ ଏହି ଶିବିରରେ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସଂପର୍କରେ ଜିଲ୍ଳାପାଳଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି, ରାଜସ୍ୱ, ଫୌଜଦାରୀ, ସ୍ୱାସ୍ଥ୍ୟ , ଶିକ୍ଷାପ୍ରଭୃତି ବିଭିନ୍ନ ସମସ୍ୟା ସଂପର୍କିତ ମୋଟ୍ ୩୮ଟି ଅଭିଯୋଗର ଜନଶୁଣାଣି କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଏସ୍.ପି ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶିବଟପୋ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ମିନତୀ ମହାପାତ୍ର ଓ ଆଶିଷ କୁମାର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ହୋତା , ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବନବାସୀ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୃଷ୍ଣ ମହାପାତ୍ର, ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିଡିଓ ଅଂଶୁମାନ ଦାସ, ତହସିଲଦାର ବାଙ୍କୀ ଓ ଡମପଡ଼ା ଅଶେଷ କୁମାର ନାୟକ ଓ ସୂଚିସ୍ମିତା ଦାସ, ବାଙ୍କୀ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠୀଙ୍କ ସମେତ ସମସ୍ତ ଜିଲ୍ଲା ଓ ଉପଖଣ୍ଡର ସମସ୍ତ ଅଧିକାରୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ by Proprietor Abhimanyu Maharana May 8, 2026 ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ by Proprietor Abhimanyu Maharana May 8, 2026 ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana May 8, 2026 ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ - ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା by Proprietor Abhimanyu Maharana May 8, 2026 CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha by Proprietor Abhimanyu Maharana May 8, 2026 ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା by Proprietor Abhimanyu Maharana May 8, 2026