Home ଓଡ଼ିଶା ଦୁର୍ଯ୍ଯୋଧନ ପ୍ରଧାନଙ୍କର ଦେହାନ୍ତ : ସ୍ଵର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ/ଭୁବନେଶ୍ବର :- ଦିଲ୍ଲୀର ବିଶିଷ୍ଟ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସାମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ବ୍ୟାଧି ଯୋଗୁଁ ସେ କିଛିଦିନ ଧରି ପୀଡ଼ିତ ଥିଲେ । ରବିବାର ଅପରାହ୍ନ ୩:୨୦ ମିନିଟରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ଘଟିଥିଲା । ଜାତୀୟ ରାଜଧାନୀର ହାଉଜଖାସସ୍ଥିତ ପ୍ରମୁଖ ଜଗନ୍ନାଥ ମନ୍ଦିରର ସେ ପ୍ରତିଷ୍ଠାତା ଥିଲେ । ଏହି ମନ୍ଦିରକୁ ପରିଚାଳନା କରୁଥିବା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର ସଂସ୍ଥାପକ ସମ୍ପାଦକ ଭାବେ ସେ ୧୯୬୭ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୪୫ ବର୍ଷ କାଳ ଦକ୍ଷତାର ସହିତ ଗୁରୁ ଦାୟିତ୍ଵ ନିର୍ବାହ କରି ଆସିଥିଲେ । ଠାକୁର ନିଗମାନନ୍ଦଙ୍କର ପରମ ଭକ୍ତ ଶ୍ରୀ ପ୍ରଧାନ ଦିଲ୍ଲୀ ସାରସ୍ବତ ସଙ୍ଘର ୧୯୮୧ ମସିହାଠାରୁ ଆଜୀବନ ସଭାପତି ରହି ଛତରପୁରସ୍ଥିତ ଏହାର ଆଶ୍ରମକୁ ସୁପରିଚାଳନା କରି ଆସୁଥିଲେ। ୧୯୫୦ ମସିହାରେ ଓଡ଼ିଶାରୁ ଦିଲ୍ଲୀ ଆସିଥିବା ଶ୍ରୀ ପ୍ରଧାନ ୧୯୬୬ ମସିହାରେ ଡିଡି ପ୍ରଧାନ ଏଣ୍ଡ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ସହସ୍ରାଧିକ ଓଡ଼ିଆ ଯୁବକଙ୍କ ପାଇଁ ପାଣି ପାଇପ ଯନ୍ତ୍ରୀ, ମିସ୍ତ୍ରୀ ଓ ଠିକାଦାର ଭାବରେ ନିଯୁକ୍ତି ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିଥିଲେ। ସାରା ବିଶ୍ୱରେ ଓଡ଼ିଆମାନଙ୍କର ତତ୍ତ୍ଵାବଧାନରେ ପାଣି ପାଇପ ଉଦ୍ୟୋଗର ବ୍ୟାପକ ପ୍ରସାରଣ କରିବାରେ ତାଙ୍କର ବିଶେଷ ଯୋଗଦାନ ଥିଲା । ଓଡ଼ିଶୀ ଏକାଡେମୀ ଦିଲ୍ଲୀର ବହୁ ବର୍ଷ ଧରି ସଭାପତି ରହିଥିବା ଶ୍ରୀ ପ୍ରଧାନଙ୍କର ଜାତୀୟ ସ୍ତରରେ ଓଡ଼ିଶାର କଳା,ସଂସ୍କୃତିକୁ ପ୍ରଚାର ଓ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଅବଦାନ ରହିଛି। ସ୍ଵର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନ ତାଙ୍କର ତିନି ପୁଅ ଶ୍ରୀ ନୀଳାଚଳ ସେବାସଙ୍ଘର ସମ୍ପାଦକ ତଥା ଫାର୍ଷ୍ଟ ପ୍ଲବିଙ୍ଗର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ପ୍ରଧାନ, ଡିଡି ଏଣ୍ଡ କୋର ଦୁଇ ନିର୍ଦ୍ଦେଶକ ରମାକାନ୍ତ ପ୍ରଧାନ ଓ ହେମାକାନ୍ତ ପ୍ରଧାନ, ଦୁଇ ଝିଅ କନକଲତା ପାତ୍ର ଏବଂ ବିଦୁଲତା ଜେନା, ତିନି ବୋହୂ ସବିତା ପ୍ରଧାନ, ରୁନୁ ପ୍ରଧାନ, ଶାଳିନୀ ପ୍ରଧାନ ପ୍ରମୁଖଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କର ଅନ୍ୟ ପରିବାରବର୍ଗଙ୍କ ମଧ୍ୟରେ ଦୁଇ ଜ୍ୱାଇଁ ପ୍ରଶାନ୍ତ କୁମାର ପାତ୍ର ଓ ସ୍ଵର୍ଗତଃ ଅଶୋକ କୁମାର ଜେନା, ନାତି ସିଦ୍ଧାର୍ଥ ପ୍ରଧାନ, ଶେଖର ପ୍ରଧାନ, ସଞ୍ଚିତ ପ୍ରଧାନ, ସୌରଭ ପ୍ରଧାନ, ନାତୁଣୀ ପ୍ରୀତି ପହି, ସ୍ୱାତୀ ପାତ୍ର, ସଂଘମିତ୍ରା ବିଶ୍ଵାଳ, ଗାୟତ୍ରୀ ପ୍ରଧାନ, ନିବେଦିତା ଜେନା, ମେହକ ପ୍ରଧାନ, ନାତୁଣୀ ଜ୍ୱାଇଁ ରବୀନ ଗୋଚୱାଲ୍ ଏବଂ ଅଣନାତି, ନାତୁଣୀ ଚାର୍ବି, ଚାର୍ବିକ, ଶ୍ରେୟଶ୍ରୀ, ମାଲବିକ ଓ ଲାବଣ୍ୟ ପ୍ରମୁଖ ସାମିଲ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମାଣ୍ଡପଡ଼ା ଗ୍ରାମରେ ଶ୍ରୀ ପ୍ରଧାନ ୧୯୩୨ ମସିହା ଡିସେମ୍ବର ୧୩ ତାରିଖରେ ପିତା ବୃନ୍ଦାବନ ପ୍ରଧାନ ଓ ମାତା ଦେବକୀ ପ୍ରଧାନଙ୍କର ଔରସରୁ ଜନ୍ମ ଗ୍ରହଣ କରିଥିଲେ । ନିଜର ପୈତୃକ ଗ୍ରାମରେ ଦାତବ୍ୟ ସେବା ପାଇଁ ବେଶ ସୁନାମ ଅର୍ଜନ କରିଥିବା ସ୍ଵର୍ଗତଃ ପ୍ରଧାନଙ୍କୁ ଲୋକମାନେ ଆଦରରେ ଧନୀ ପ୍ରଧାନ ବୋଲି ସମ୍ବୋଧନ କରୁଥିଲେ। ସେ ସ୍ଵର୍ଗତଃ ନୀଳିମା ପ୍ରଧାନଙ୍କୁ ୧୯୫୫ ମସିହାରେ ବିବାହ କରିଥିଲେ। ସୋମବାର ଦିନ ବଢ଼ିଭୋରରୁ ଶ୍ରୀ ପ୍ରଧାନଙ୍କର ଶେଷ କୃତ୍ୟ ପୁରୀର ସ୍ଵର୍ଗଦ୍ଵାରଠାରେ ପରିବାର ବର୍ଗଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି। ସ୍ଵର୍ଗତଃ ପ୍ରଧାନଙ୍କର ଜ୍ୟେଷ୍ଠ ପୁତ୍ର ରବୀନ୍ଦ୍ରନାଥ ପ୍ରଧାନ ମୁଖାଗ୍ନି ପ୍ରଦାନ କରିଥିଲେ । ତାଙ୍କର ଅନ୍ୟ ଦୁଇ ପୁତ୍ର ରମାକାନ୍ତ ଓ ହେମାକାନ୍ତ ଶବାଧାରରେ ଅଗ୍ନି ସଂଯୋଗରେ ସହଯୋଗ କରିଥିଲେ । ଶବ ସତ୍କାର ସମୟରେ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଓ ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026