୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ସ୍ଥିତ ଦୀପ୍ତି କୋନଭେଣ୍ଟ ସ୍କୁଲ ଠାରେ ଜିଲ୍ଲା ସ୍ତୋରୀୟ “ଜାତୀୟ କୃମି ନାଶକ ଦିବସର ଶୁଭ ଉଦଘାଟନ କରାଯାଇଥିଲା I ଡା. ବ୍ରଜବନ୍ଧୁ ଦାଶ, ଜିଲ୍ଲା ଚିକିସ୍ଛା ଅଧିକାରୀ(ଚିକିସ୍ଛା ସେବା) ତଥା ଅଧିକ୍ଷକ, ମାଲକାନଗିରି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ Iଏହି ଉଦଘାଟନ ଉସ୍ଚବରେ ଡା. ଦିବାକର ମାଝୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ଟିବି), ଡା . କବିତା ସ୍ଵାଇଁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ମଶା ବାହିତ ବIହିର୍ରଗ), ଶ୍ରୀମତୀ. ଇନ୍ଦିରା ପ୍ରଧାନ, ସହକାରୀ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ, ଶ୍ରୀ. ଗୌରାଙ୍ଗ ସର୍ଜନ,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ, ଶ୍ରୀ.ଅଶ୍ଵିନ କୁମାର ମାଝୀ, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ,ଶ୍ରୀ. ସୁମସ୍ତ କୁମାର ମାଝୀ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରିନିସପାଲ ଦୀପ୍ତି କୋନଭେଣ୍ଟ ସ୍କୁଲ ଏବଂ ଜିଲ୍ଲା ସ୍ତୋରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଗଣ ଉପସ୍ଥିତ ପ୍ରଥମେ ଉପସ୍ଥିତ ଅଥିତିଙ୍କ ଦ୍ଵାରା ରିବନ କାଟି କାର୍ଯ୍ୟକ୍ରମକୁ ଶୁଭାରମ୍ବ କରଯାଇଥିଲା I
ଏହା ପରେ ସମସ୍ତ ଅଥିତି ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କୃମି ନାଶକ ଦିବସ ପIଳନ ବିଷୟରେ ନିଜ ନିଜ ଅଭିଭାଷଣ ଦେଇ ସଚେତନତା କରିଥିଲେ I ଡା. ବ୍ରଜବନ୍ଧୁ ଦାଶ, ଜିଲ୍ଲା ଚିକିସ୍ଛା ଅଧିକାରୀ(ଚିକିସ୍ଛା ସେବା) ତଥା ଅଧିକ୍ଷକ, ମାଲକାନଗିରି ଛାତ୍ର ଛାତ୍ରୀ ମାନଙ୍କୁ କୃମି କିପରି ବ୍ୟାପିଥାଏ, କୃମିଯୋଗୁ ଶିଶୁଙ୍କୁ ହେଉଥିବା କ୍ଷତି, କୃମି ମୁକ୍ତ ଶିଶୁ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମିଳୁଥିବା ଲାଭ ସଂପର୍କରେ ବୁଝେଇ କୋହିଥିଲେ I ଡା . କବିତା ସ୍ଵାଇଁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ମଶା ବାହିତ ବIହିର୍ରାଗ) କୃମି ନାଶକ ବଟିକା ସହ କୃମି ସଂକ୍ରମଣ ରକିବାର ଅନ୍ୟ ଅଭ୍ଯାସ ବିଷୟରେ ବୁଝେଇ କୋହିଥିଲେ I ଶ୍ରୀମତୀ. ଇନ୍ଦିରା ପ୍ରଧାନ, ସହକାରୀ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ କୃମି ନାଶକ ବଟିକା କିପରି ଉଭୟ ଶିଶୁ ଓ କିଶର କିଶରୀ ମାନଙ୍କ ନିମନ୍ତେ ନିରାପଦ ସେ ବିଷୟରେ ବୁଝେଇ କୋହିଥିଲେ I
