୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ନିକଟସ୍ଥ ପାହାଳ ଥାନା ନଖରା ମୌଜାରେ ଥିବା ପ୍ରସିଦ୍ଧ ଶୈବପୀଠ ଲକ୍ଷେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ମହାଶିବରାତ୍ରି ଚଳିତ ମାସ ୨୬ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ଦିନ ଲକ୍ଷେଶ୍ୱର ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଶିକ୍ଷାବିତ ଗୁଣନିଧି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ସଂପାଦକ ତଥା ପୂର୍ବତନ ସରପଞ୍ଚ ବଂଶିଧର ଭୋଳ ମହାଶିବରାତ୍ରି ଚଳିତ ବର୍ଷ କିଭଳି ପାଳନ କରାଯିବ ସେନେଇ ଉପସ୍ଥିତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରିଥିଲେ ।
