୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ଅନୁସୂଚିତ ଜାତି ବର୍ଗଙ୍କ ପ୍ରତି ହେଉଥିବା ଜାତିଗତ ଅତ୍ୟାଚାର ମାମଲାରେ ବାଲିପାଟଣା ଥାନା ଅଧୀକାରି ଜାଣିଶୁଣି ମାସ ମାସ ଧରି ମାମଲା ରୁଜ୍ଜୁ କରୁନାହାନ୍ତି , 95 ଭାଗ SCST ଅତ୍ୟାଚାର ମାମଲା ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି, ଏପରିକି ମାନ୍ୟବର ସୁପ୍ରିମକୋର୍ଟ ଲଳିତା କୁମାରୀ ମାମଲାର ନିର୍ଦ୍ଦେଶକୁ ବେଖାତିର କରିବା ସହିତ SCST ଅତ୍ୟାଚାର ଆଇନ ଧାରା ୪ ର ଖୋଲାଖୋଲି ଉଲଂଘନ କରାଯାଉଛି ଏବଂ ମାମଲା ରୁଜ୍ଜୁ ପାଇ DCP ଅଫିସ ରୁ ନିର୍ଦ୍ଦେଶ ଗଲା ପରେ ମଧ୍ଯ ଖାତିର କରୁ ନାହାନ୍ତି ବାଲିପାଟଣା ପୋଲିସ୍ ଅଧିକାରୀମାନେ।

