Home ଓଡ଼ିଶା ଅଗ୍ନି ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ମାଥ୍ଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନିର୍ଦ୍ଦେଶକ୍ରମେ ମାଥ୍ଲି ବନପାଳ ମୁରଲୀଧର ମହାରଣାଙ୍କ ନେତୃତ୍ବରେ ଦଳପତିଗୁଡା ପଞ୍ଚାୟୟ ଅନ୍ତର୍ଗତ ଡାଇଗୁଡା ଗ୍ରାମରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଖରାଦିନ ଆସୁଥିବାରୁ ଆଦିବାସୀମାନେ ପରମ୍ପରା ଅନୁଯାୟୀ ମହୁଲଠାରୁ ଆରମ୍ଭ କରି ପୋଡୁଚାଷ କରିଥାନ୍ତି । ଏଥିପାଇଁ ଜଙ୍ଗଲରେ ନିଆଁ ଲଗାଇ ନଷ୍ଟ କରୁଥିବାବେଳେ ଅନେକ ଜୀବଜନ୍ତୁ ନିଆଁ ଭୟରେ ଗ୍ରାମକୁ ଚାଲି ଆସନ୍ତି l ସେଥ୍ପାଇଁ ଆଜି ଜଙ୍ଗଲ ବିଭାଗ ଓ ମାଥ୍ଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଳିତ ଭାବରେ ଏହି ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଗ୍ରାମବାସୀଙ୍କୁ ଜଙ୍ଗଲରେ ନିଆଁ ଲାଗି ଲାଗିଲେ କିପରି ତୁରନ୍ତ ଲିଭାଇବେ ପ୍ରଶିକ୍ଷଣ ଦିଆଯାଇଥିଲା । ଗ୍ରାମ ବାସୀଙ୍କୁ ସୃଷ୍ଟି ଅନୁଷ୍ଠାନ କର୍ମୀ ମାନେ ଜଙ୍ଗଲ ରେ ନିଆଁ ନ ଲଗେଇବା ଓ ବନ୍ୟ ପ୍ରାଣୀ ଶିକାର ନ କରିବା ପାଇଁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଡ଼ାଇଗୁଡା ବନ ସୁରକ୍ଷା ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ସହିତ ଆଖପାଖ ଗ୍ରାମର ବହୁ ଜନସାଧାରଣ ଯୋଗ ଦେଇଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026